ସିଲ୍ ହେଲା ଶ୍ରୀମାନ ଶ୍ରୀମତୀ କ୍ଲଥ୍ ଷ୍ଟୋର୍

ଚଣ୍ଡିଖୋଲ:   ଲକଡାଉନ କଟକଣା ଉଲଘଂନ କରି ଚାଲି ଥିଲା ବେପାର । ଲୁଗା ଦୋକାନ ସିଲ୍ କଲା ପ୍ରଶାସନ । ଯାଜପୁର ଜିଲ୍ଲା ଜାରକାଠାରେ ଶ୍ରୀମାନ ଶ୍ରୀମତୀ ଲୁଗା ଦୋକାନକୁ ପ୍ରଶାସନ ସିଲ୍ କରିଛି ।

ସୂଚନାନୁସାରେ, ଦୋକାନ ଆଗରେ ସଟର ବନ୍ଦ କରି ଭିତରେ ଗ୍ରାହକଙ୍କୁ ପୁରାଇ ବସ୍ତ୍ର ବିକ୍ରି କରାଯଉଥିଲା । ଆଗକୁ ରଜ ଆସୁଥିବା ବେଳେ ଗ୍ରାହକମାନେ ବସ୍ତ୍ର କିଣିବା ପାଇଁ ଦୋକାନ ଭିତରେ ଭିଡ଼ ଜମାଇଥିଲେ । ଏନେଇ ପୋଲିସ ଓ ପ୍ରଶାସନକୁ ଖବର ମିଳିଥିଲା ।

ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଁଚି ସଟର ଟେକି ଗ୍ରାହକଙ୍କୁ ବାହାର କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନକୁ ସିଲ୍ କରିଥିଲା ।  ପୂର୍ବରୁ ମଧ୍ୟ ଜାରକା ବଜାରରେ ଲକଡାଉନ ନିୟମକୁ ଉଲଘଂନ କରିଥିବାରୁ ଜଗନ୍ନାଥ କ୍ଳଥ୍ ଷ୍ଟୋରକୁ ସିଲ୍ କରାଯାଇଥିଲା।