ଚେନ୍ନାଇ,୧୬/୧୧: ତାମିଲନାଡ଼ୁ ଉପକୂଳ ଅତିକ୍ରମ କରି ସାରିଥିବା ଘୂର୍ଣ୍ଣିଝଡ଼ ଗାଜା ରାଜ୍ୟରେ ତାଣ୍ଡବ ମଚାଇଛି। ଏହି ଝଡ଼ କାରଣରୁ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ରେ ପହଞ୍ଚିଛି। ରାଜ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନସ୍ତରରେ ଜାରି ରହିଛି। ତାମିଲନାଡ଼ୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଅନୁସାରେ ନିମ୍ନ ଇଲାକାରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି। ଗାଜାର ପ୍ରଭାବ କାରଣରୁ ରାଜ୍ୟର ଅନେକ ରାଜ୍ୟରେ ଭୀଷଣ ବର୍ଷା ହୋଇଛି।
ମୁଖ୍ୟମନ୍ତ୍ରୀ ପଲାନିସାମୀ ଗାଜାରେ ମୃତ୍ୟୁ ଘଟିଥିବା ପରିଜନଙ୍କ ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ ଏକ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।