T-20 ବିଶ୍ୱକପ ଭାରତରେ ଆୟୋଜନ ନେଇ ନିଆଯାଇପାରେ ବଡ ନିଷ୍ପତ୍ତି : ସୌରଭ ଗାଙ୍ଗୁଲି

ମୁ୍ମ୍ବାଇ,୧୪/ ୬ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଟି-୨୦ ବିଶ୍ବକପ ଭାରତରେ ଖେଳାଯିବ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ଚଳିତ ସିଜିନର ବାକିଥିବା ଆଇପିଏଲର ୩୧ ଟି ମ୍ୟାଚ ଏବଂ ଟି-ଟ୍ବେଣ୍ଟି ବିଶ୍ବକପ ୟୁଏଇରେ ଆୟୋଜନ କରାଯିବାକୁ ଯୋଜନା ଚାଲିଛି । ତେବେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯାଇପାରେ ।

ଏହାରି ମଧ୍ୟରେ ଆଜି ଭାରତ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ମୁ୍ମ୍ବାଇରେ ବିଚାର ବିମର୍ଷ ପରେ ଭାରତରେ ବିଶ୍ବକପ ଆୟୋଜନ ନେଇ ବଡ ଘୋଷଣା ହୋଇପାରେ । ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ହୋଇପାରିବ କି ନାହିଁ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ ୨୮ ଯାଏଁ ସମୟ ଦେଇଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ (ଆଇସିସି) ।