ଠିକାଦାରଙ୍କ ମାଡ଼ରେ କିରାଣୀଙ୍କ ଟେବୁଲ କାଚ ଖଣ୍ଡ ଖଣ୍ଡ

ମାର୍ଶାଘାଇ,୨୭ /୬ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକର ବିଡ଼ିଓଙ୍କ ନରମ ମନୋଭାବlପନ୍ନ ହେତୁ ଅଧିକାଂଶ ସମୟରେ ଅଧସ୍ତନ କର୍ମଚାରୀମାନେ ଆକ୍ରୋଶର ଶିକାର ହେଉଥିବାର ନଜିର ରହିଛି l ଏହି ଭାବେ ସମ୍ପୃକ୍ତ ଠିକାଦାର ଅଳ୍ପକିଛି ଦିନ ତଳେ ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ କୌଣସି କାରଣ ନେଇ ଧମକ ଦେଇଥିଲେ l ପରେ ଆତ୍ମ ସନ୍ତୋଷ ଓ କାର୍ଯ୍ୟ ହାସଲ କରିବା ଲକ୍ଷ୍ୟରେ ଗୋଟିଏ ଘରେ ପୁରାଇ କିଛି ଘଣ୍ଟା ପାଇଁ ଅଟକ ରଖି ଥିଲେ l ବିଡ଼ିଓଙ୍କ ହସ୍ତକ୍ଷେପ ପରେ ସହକାରୀ ଯନ୍ତ୍ରି ମୁକୁଳି ଥିଲେ l ପ୍ରଥମ ଘଟଣାରେ ବ୍ଲକ ପ୍ରଶାସନର ନିଷ୍କ୍ରିୟତା ହେତୁ ଠିକାଦାର ସାଜିଥିବା ସମିତି ସଭ୍ୟ ଜଣକ ଦ୍ୱିତୀୟ ଥର ପାଇଁ ସାହସ ଜୁଟାଇ ଶୁକ୍ରବାର ଦିନ କୌଣସି କାରଣ ନେଇ ମୁଖ୍ୟ କିରାଣୀଙ୍କ ଟେବୁଲକୁ ବାଡେଇଥିଲେ l କିନ୍ତୁ ସମିତି ସଭ୍ୟଙ୍କ ମାଡରେ ଏତେ ଜୋର ଥିଲା ଯେ କିରାଣୀଙ୍କ ଟେବୁଲ ଉପରେ ଥିବା ମୋଟା କାଚ ଫାଟି ଖଣ୍ଡ ଖଣ୍ଡ ହୋଇଛି l ଏହି ଖବର ବ୍ଲକ କାର୍ଯ୍ୟାଳୟରେ କ୍ଷିପ୍ର ବେଗରେ ପ୍ରଚାରିତ ହେବା ପରେ ଉପସ୍ଥିତ ଲୋକେ ଠିକାଦାରଙ୍କୁ ନିବୃତ ରଖିଥିଲେ l ପ୍ରଥମ ଥର ଭଳି ଚଳିତ ଥର ବି ଶନିବାର ଦିନ କୌଣସି ଅଭିଯୋଗ ହୋଇନଥିବାର ଜଣାପଡିଛି l ଆଉ ଏକାଧିକ ବାର ବ୍ଲକ କାର୍ଯ୍ୟାଳୟରେ ଉନ୍ମୁକ୍ତ କାଣ୍ଡ ଭିଆଉ ଥିବାଠିକାଦାର ଜଣକ ମାର୍ଶାଘାଇ ବ୍ଲକ ଅଧିନସ୍ଥ ଏକ ପଂଚାୟତର ସମିତି ସଭ୍ୟ ବୋଲି ଜଣାପଡିଛି l ଆଉ ବିଡ଼ିଓଙ୍କର ଠିକାଦାରଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଦିଗରେ ପାଶ୍ଚାତାପ ପଛରେ ରହିଛି କେବଳ ସମିତି ସଭ୍ୟ ପ୍ରୀତି ନା ସରକାରି ଦଳିଆ ଅନୁକମ୍ପା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l