ଧର୍ମେନ୍ଦ୍ରଙ୍କ ଅନୁରୋଧରେ ଓଡ଼ିଶାର ୩ ଜିଲ୍ଲାର ଦୁର୍ଗ ଓ ମନ୍ଦିରର ରକ୍ଷଣାବେକ୍ଷଣ କାମ କରିବ ଏଏସଆଇ

ନୂଆଦିଲ୍ଲୀ,୧୭ /୧୧: ଅନୁଗୁଳ ଜିଲ୍ଲାର ବଜ୍ରକୋଟ ଭ୍ରିଙ୍ଗେଶ୍ୱର ମନ୍ଦିର, ମୟୂରଭଂଜର ହରିପୁରଗଡ ସ୍ଥିତ ଦୁର୍ଗ ଓ ଢେଙ୍କାନାଳର କୁଆଳ ସ୍ଥିତ କନକେଶ୍ୱର ମହାଦେବ ମନ୍ଦିରର ଏଏସଆଇ ଦ୍ୱାରା ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ଦ୍ୱାରା ଅନୁରୋଧ କରାଯାଇଥିଲା । ତେବେ ଏନେଇ ଏଏସଆଇ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଓ ଆଗାମୀ ଡିସେମ୍ବର ମାସରୁ ଏ ନେଇ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଡ. ଶର୍ମା ଏହା ଜଣାଇଛନ୍ତି ।