ଗୋପ: ସାରା ବିଶ୍ୱରେ ମହାମାରୀ କୋଭିଡ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି। ଏଣୁ କୋଭିଡ ମାହାମରିକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ନେଇ ପ୍ରୟାସ ଜାରି ରଖିଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ପୁରୀ ବେଳାଭୂମିରେ ସେ ଏନେଇ ଏକ ବାଲୁକା ଚିତ୍ରକଳା କରିଛନ୍ତି। ଯେଉଁଥିରେ ସଠିକ ଭାବେ ମାସ୍କ ପରିଧାନ କରିବା , ସାମାଜିକ ଦୂରତା ରଖିବା , କୋଭିଡ ଗାଇଡ଼ ଲାଇନକୁ ଅନୁପାଲନ କରିବା ଏବଂ କୋଭିଡ ଟୀକା ନେବାରେ ଅବହେଳା ନ କରିବା ପାଇଁ ସେ ଅପିଲ କରିଛନ୍ତି ନିଜ ବାଲୁକା ଚିତ୍ରକଳା ମାଧ୍ୟମରେ ।