କୁହାଯାଏ କର, କପାଳ ଓ କୋଷ୍ଠୀ ମଣିଷର ଭାଗ୍ୟ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରେ । କର ଅର୍ଥାତ ମଣିଷ ପାପୁଲିରେ ଥିବା ରେଖା କହେ ମଣିଷର ଭାଗ୍ୟ । ମଣିଷ ହାତରେ ବିଭିନ୍ନ ରେଖା ରହିଛି । ଏହି ରେଖାଗୁଡିକ ମଧ୍ୟରୁ କିଛି ଶୁଭ ଫଳ ଦେଇଥାଏ ତ କିଛି ଅଶୁଭ ଫଳ ଦେଇଥାଏ । ହାତ ଦେଖି ଜ୍ୟୋତିଷମାନେ ଭବିଷ୍ୟତ ଗଣନା ମଧ୍ୟ କରିନ୍ତି । ତେବେ ବିଶ୍ୱାସ ରହିଛି ଯେ, ଯାହା ପାପୁଲିରେ ଏହି X ରେଖା ରହିଛି ସେମାନଙ୍କ ଜୀବନପଥକୁ ଗୋଟିଏ ଅଦୃଶ୍ୟ ଶକ୍ତି ସଦା ସର୍ବଦା ମାର୍ଗଦର୍ଶନ କରୁଥାଏ । ସବୁ ପ୍ରକାର ବାଧାବିଘ୍ନରୁ ରକ୍ଷା କରିଥାଏ । ସବୁ ଅସୁବିଧାରୁ ଦୂର କରିଥାଏ । ଏହି ରେଖାଟି ଜୀବନ ରେଖାର ଠିକ ସମାନ୍ତରାଳ ହୋଇ ରହିଥାଏ ।
ଏହି ରେଖା ଥିବା ବ୍ୟକ୍ତି ସାରା ଜୀବନ ଖୁସିରେ ରୁହନ୍ତି ଏବଂ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ସମସ୍ତ ପ୍ରକାର ଦୁଃଖ ଓ ବେଦନା ଏମାନଙ୍କଠାରୁ ଦୂରେଇ ରୁହନ୍ତି । ନିଜ ଜୀବନକୁ ଖୁବ ଆନନ୍ଦର ସହିତ ଉପଭୋଗ କରିଥାନ୍ତି । ତେବେ ଏହି ରେଖା ସମସ୍ତଙ୍କ ହାତରେ ନଥାଏ । କ୍ଵଚିତ ଲୋକଙ୍କ ହାତରେ ଏହି ରେଖା ଥାଏ । ତେବେ ଏହି ରେଖା ଡାହାଣ ହାତ ପାପୁଲିରେ ଠିକ ଜୀବନରେଖା ସହ ସମାନ୍ତରାଳଭାବେ ରହିଥାଏ ।
ବିଶ୍ୱାସ ରହିଛି ଯେ, ଆମ ସମସ୍ତଙ୍କ ଜୀବନରେ ଏମିତି ଗୋଟିଏ ଆଧ୍ୟାତ୍ମିକ ଶକ୍ତି ରହିଥାଏ ଯିଏକି ଆମକୁ ସବୁ ମୁହୂର୍ତ୍ତରେ ଜଗି ରହିଥାଏ । ଏହି ଶକ୍ତି ଆମକୁ ସମସ୍ତ ବାଧା ବିପତ୍ତିରୁ ରକ୍ଷା କରିଥାଏ । ଯେତେବେଳେ ଆମେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଇଥାଉ କିମ୍ବା କୌଣସି ବଡ ସମସ୍ୟାର ସମ୍ମୁଖୀନ ହୋଇଥାଉ ସେତେବେଳେ ଏହି ଆଧ୍ୟାତ୍ମିକ ଶକ୍ତି ଆମକୁ ରକ୍ଷା କରିବାରେ ନିଜର ସମସ୍ତ ସାମର୍ଥ୍ୟ ଲଗେଇଦେଇଥାଏ ।
ମଣିଷ ଜୀବନରେ ଏହି ହସ୍ତରେଖାର ଅନେକ ମହତ୍ୱ ରହିଛି । ଏହି ସବୁ ରେଖା ଉପରେ ପାଠପଢା, କ୍ୟାରିଅର, ବୈବାହିକ ଜୀବନ, ପାରିପାରିବ ଜୀବନ ବିବାହ , ଜନ୍ମ- ମୃତ୍ୟୁ ଏସବୁ ନିର୍ଭର କରେ । ହସ୍ତରେଖା ଶାସ୍ତ୍ରର ଆରମ୍ଭ ଭାରତରୁ ହୋଇଥିଲା ବୋଲି ବିଶ୍ୱାସ ରହିଛି ।
ଆଲେକଜେଣ୍ଡାରଙ୍କ ହାତରେ ଏହି ଚିହ୍ନ ରହିଥିଲା । ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ହାତରେ ମଧ୍ୟ ଏହି ରେଖା ରହିଛି । ଏହି X ରେଖା ଥିବା ବ୍ୟକ୍ତିମାନେ ନିଜ ଆଡକୁ ଆସୁଥିବା କୌଣସି ଅସୁବିଧା ବା ଅଘଟଣକୁ ଜାଣିପାରିଥାନ୍ତି । ଦୁନିଆରେ ମାତ୍ର ୩ ପ୍ରତିଶତ ଲୋକଙ୍କ ହାତରେ ଏହି X ରେଖା ରହିଛି ।