କଣ୍ଟାବାଞ୍ଜି, ୫/୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଚାପାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । କଣ୍ଟାବାଞ୍ଜି ପୁଞ୍ଜିପଥର ଛକ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯାଉଥିବା ବେଳେ ୪୨ ନମ୍ବର ରାଜ୍ୟ ରାଜପଥ ପୁଞ୍ଜିପଥର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍ ଚାପାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କଣ୍ଟାବାଞ୍ଜି ଥାନା କୁକୁଡାହାଡ଼ ଗାଁର ବକ୍ତାବର ଯୁଗନିଆ । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ଥିବାବେଳେ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।