ନୂଆଦିଲ୍ଲୀ: ମଦ ବିକ୍ରି କରି ରାଜସ୍ବ ବଢ଼ାଇବା ପାଇଁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ନୂଆ ଅବକାରୀ ନୀତି। ଯାହାଦ୍ବାରା ବିୟର ବନାଉଥିବା ଛୋଟ ୟୁନିଟକୁ ପ୍ରୋତ୍ସାହନ ମିଳିବା ସହ ହୋଟେଲ, କ୍ଲବ୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ରାତି ୩ଟା ପର୍ଯ୍ୟନ୍ତ ବାର ଖୋଲିବାକୁ ଅନୁମତି ଦିଆଯିବା ନେଇ ବିଚାର ବିମର୍ଶ ଚାଲିଛି।
ସୂଚନାନୁଯାୟୀ , ଅବାକାରୀ ନୀତି ୨୦୨୧-୨୨କୁ ସୋମବାରଦ ଦିନ ଦିଲ୍ଲୀ ସରକାର ସାର୍ବଜନୀନ କରିଥିଲେ। ସାରା ବିଶ୍ବର ଯେଉଁ ସହରକୁ ଅଧିକ ଲୋକ ବୁଲିବାକୁ ଯାଉଛନ୍ତି ସେ ମଧ୍ୟରୁ ୨୮ ତମ ସ୍ଥାନରେ ଅଛି ଦିଲ୍ଲୀ। ନୂଆ ବ୍ୟବସ୍ଥା ଦ୍ବାରା କ୍ଷୁଦ୍ର ମଦ କାରବାରକୁ ବାଦ୍ ଦିଆଯିବ। ଯାହାଫଳରେ ସରକାରୀ ଦୋକାନକ ବନ୍ଦ ଓ ବ୍ୟବସାୟୀଙ୍କୁ ଅଧିକ ଶ୍ରେୟ ମିଳିିବା ସ୍ପଷ୍ଟ ହେବ।
୨୦୨୧-୨୨ ଅବକାରୀ ନୀତି ମୁତାବିକ, ସହରରେ ଥିବା ସମସ୍ତ ମଦ ଦୋକାନାରେ ଗ୍ରାହକଙ୍କୁ ଓ୍ବାକ୍ ଇନ୍ ସୁବିଧା ମିଳିବ। ଅର୍ଥାତ ଏବେ ମଦ ଦୋକାନରେ ବିଭିନ୍ନ ବ୍ରାଣ୍ଡର ମଦ ମହଜୁତ ରହିବ ଓ ଦୋକାନ ମଧ୍ୟକୁ ଗ୍ରାହକ ମାନେ ଯାଇ ନିଜ ପସନ୍ଦର ବ୍ରାଣ୍ଡ ଚୟନ କରି ପାରିବେ।