ତୈଳ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ନେଇ ମହାକାଳପଡ଼ା ବ୍ଲକ କଂଗ୍ରେସର ପ୍ରତିବାଦ

କେନ୍ଦ୍ରାପଡ଼ା,୮ /୭ : (କେଶବ ଚରଣ ନାଥ ) – ଏନଡ଼ିଏ ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ଭାରତ ବର୍ଷରେ ଦରିଦ୍ର ଜନତାଙ୍କୁ ଦିନକୁ ଦିନ ଅତିଷ୍ଠ କରୁଛି l କରୋନା ମହାମାରୀ ପ୍ରଭାବରେ ଅଧିକାଂଶ ଲୋକେ ନିଯୁକ୍ତି ହରାଇ ଦରିଦ୍ର୍ୟତା ଭିତରକୁ ଠେଲି ହୋଇଯାଉଛନ୍ତି l ସାରା ଦେଶର ଦାରିଦ୍ରତା ମଧ୍ୟରୁ ଗ୍ରାମୀଣ ଦlରିଦ୍ରତା ବେଶ ବୃଦ୍ଧି ପାଉଛି l ଏଭଳି ଗମ୍ଭୀର ସ୍ଥିତିରେ କେନ୍ଦ୍ରସରକାର ଜାଣି ଶୁଣି ଏକାଧିକ ବାର ଇନ୍ଧନ ତୈଳ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଘଟାଉଛନ୍ତି l ଯାହାକି ରୋଜଗାର ଶୂନ୍ୟ ସାଧାରଣ ଖାଉଟିଙ୍କ ଉପରେ ବିପଦ ସମୟରେ ବୋଝ ଉପରେ ନଳିତା ବିଡା ପାଲଟିଛି l ମହାମାରୀ ଭଳି ସଙ୍କଟ ସମୟରେ ଇନ୍ଧନ ତୈଳର ମୂଲ୍ୟ ବୃଦ୍ଧି ପରୋକ୍ଷରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ମୂଲ୍ୟ ବୃଦ୍ଧି ରେ ସହାୟକ ସାଜୁଛି l

ସେହିପରି କେନ୍ଦ୍ରର ଭାଜପା ସରକାର ନୂତନ ୩ କଳା କୃଷି ନିତି ପ୍ରତ୍ୟାହାର,ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ରାସାୟନିକ ସାର ସବସିଡ ଅନୁମୋଦନ ନେଇ କଂଗ୍ରେସ ଦାବିରଖିଆସୁଛି l ଏତଦ ବ୍ୟତୀତ ପ୍ରଚାର ସର୍ବସ୍ବ ରାଜ୍ୟ ସରକାର ପେଟ୍ରୋଲ ଉପରେ 32% ଓ ଡିଜେଲ ଉପରେ 28%ପ୍ରତିଶତ ଭାଟ ବୃଦ୍ଧି କରି ଖାଉଟିଙ୍କ ଦୁର୍ଦ୍ଦଶା ବଢ଼ାଉଛନ୍ତି l ଆଉ ଅପାରଗ ଚତୁର ନବୀନ ସରକାର ସଦା ସର୍ବଦା ନିଜର ଦୋଷ ଲୁଚାଇ କେନ୍ଦ୍ରକୁ ଦୋଷ ଦେବା ଆପତ୍ତିଜନକ ଘଟଣା ପାଲଟିଛି l ଏହି ଭାବେ ଜାତୀୟ କଂଗ୍ରେସର ନିଷ୍ପତ୍ତିକ୍ରମେ ଦଳୀୟ ସୂଚନା ମତେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କଂଗ୍ରେସ ତରଫରୁ ବ୍ଲକ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା l ବୁଧବାର ଦିନ ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି କବିନ୍ଦ୍ର ସାମଲ, ବରିଷ୍ଠ କଂଗ୍ରେସ ନେତା ନିରାକାର ଯେନା, ପ୍ରତାପ ନାୟକ, ରଘୁନାଥ ସେଠି, ମହେଶ୍ୱର ବେହେରା,ରବୀନ୍ଦ୍ର ମଳିକ, ଆଦି ଛାମୁଆ କର୍ମୀ ମାନେ ପ୍ରତିବାଦସଭାରେ ଯୋଗ ଦେଇ ଥିଲେ l ପରେ ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଲକ କଂଗ୍ରେସ ସଭାପତି ଦଳୀୟ କର୍ମୀ ମାନଙ୍କ ଗହଣରେ ଯାଇ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି l