ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ, ଥାନାରେ ଅଭିଯୋଗ କଲେ ବୋହୁ

କେନ୍ଦ୍ରାପଡା,୮ /୭: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନ ମଲ୍ଲିକେଶ୍ୱର୍ ପୁର ଅଢଙ୍ଗା ଗ୍ରାମରେ ବାପାକୁ ନିର୍ମମ ଭାବେ ହତ୍ୟା କରିଛି ପୁଅ । ସୂଚନାରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା ପଲ୍ଲେଇ ପଞ୍ଚାୟତର ମଲ୍ଲିକେଶ୍ୱର୍ ପୁର ଅଢଙ୍ଗା ଗ୍ରାମର ଅଲେଖ ଚନ୍ଦ୍ର ଭଦ୍ର ବୟସ ୭୦ ବର୍ଷ । ଓଡ଼ିଶା ରାଜ୍ୟ ଅର୍ଥ ନିଗମରୁ ଅବସର ନେବାପରେ ଗାଁ ରେ ରହି ଆସୁଥିଲେ । ଖୁବ୍ ହସ ଖୁସିରେ ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ଖୁସିରେ ଚଳୁଥିଲେ । ଗତ କିଛି ଦିନ ତଳେ ଏକମାତ୍ର ପୁଅ ଶୁଭେନ୍ଦୁ ନିଶାର ଶିକାର ହୋଇ ବାରମ୍ୱାର ଘରେ ଝଗଡ଼ା କରିବା ସହିତ ଘରର ଅନେକ ଜିନିଷକୁ ନେଇ ବିକ୍ରି କରିଦେଇଥାନ୍ତି l ଯାହା ନେଇ ବାପା ଓ ପୁଅଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥାଏ l ଆଉ ଶୁଭେନ୍ଦୁଙ୍କ ସ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାରୁ ଶୁଭେନ୍ଦୁ ତାଙ୍କୁ ବାରମ୍ବାର ନିର୍ଯାତିତା କରିଥାନ୍ତି l ଯାହାକୁ ନେଇ ପତ୍ନୀ ଶୁଭଶ୍ରୀ ନିଜର ଦୁଇ ଝିଅଙ୍କୁ ନେଇ ବାପାଙ୍କ ଘରେ ରୁହନ୍ତି ।

ହେଲେ ଗତକାଲି ରାତିରେ ବାପ ଆଉ ପୁଅଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା l ଏହି ଝଗଡାକୁ ପଡୋଶୀ ସବୁଦିନିଆ ଝଗଡ଼ା ଭାବି କେହି ଯାଇ ନଥିଲେ l କିନ୍ତୁ ନିଷ୍ଟୁର ପିତୃ ହନ୍ତା ପୁଅ ନିଜ ବାପାକୁ ଧାରୁଆ ଅସ୍ତ୍ରରେ ହାଣି ଗୋଟିଏ ମସିଣାରେ ଶବକୁ ଗୁଡ଼ାଇ ନିଜେ ସେହି ଘରେ କବାଟ ବନ୍ଦ କରି ରହିଥିଲା । ଦିନ ବହୁତ୍ ହେବାରୁ ଶୁଭେନ୍ଦୁ କବାଟ ନ ଖୋଲିବାରୁ ମା ଡାକିଥିଲେ । ହେଲେ ଶୁଭେନ୍ଦୁ କବାଟ ନ ଖୋଲିବାରୁ ସନ୍ଦେହ ହେବାରୁ ମା ପଡୋଶୀ ମାନଙ୍କୁ ଡାକିଥିଲେ ପଡୋଶୀ ପହଞ୍ଚି ଝରକା ବାଟେ ମୃତ ଶରୀର ଓ ଚଟାଣରେ ରକ୍ତ ପଡ଼ିଥିବା ଦେଖି ଅଲେଖଙ୍କ ଝିଅ ଓ ବୋହୂ ଶୁଭଶ୍ରୀଙ୍କୁ ଜଣାଇ ଥିଲେ । ବୋହୂ ଶୁଭଶ୍ରୀ ଶାଶୁଘରେ ପହଞ୍ଚି ଡେରାବିଶ ଥାନାରେ ଲିଖିତ ଅଭିଯୋଗ କଲାପରେ ଥାନା ଅଧିକାରୀ ପହଞ୍ଚି ଅଲେଖଙ୍କ ଶବ ଉଦ୍ଧାର କରିବା ସହ ଶୁଭେନ୍ଦୁଙ୍କୁ ଗିରଫ କରିଛନ୍ତି । ପରେ ପରେ ଡେରାବିଶ ପୋଲିସ ସାଇନଣ୍ଟିଫିକ ଟିମ୍ ଆଣି ତଦନ୍ତ ଜାରି ରଖିଥିବାର ଜଣାପଡିଛି l