କୋଭିଡରେ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କା : ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧/୭ : ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା ରାଜ୍ୟର କୋଭିଡ କାରଣରୁ ବିଧବା ହୋଇଥିବା ମହିଳା ମାନଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । କୁହାଯାଇଛି କି କୋଭିଡ କାରଣରୁ ଯେଉଁମାନଙ୍କର ସ୍ୱାମୀ ମୃତ୍ୟୁବରଣ କରିଛନ୍ତି ଓ ସେମାନଙ୍କର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ସେଭଳି ବିଧବା ମହିଳାମାନଙ୍କୁ ରାଜ୍ୟ ସରକାର ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଏହାକୁ ‘କୋଭିଡ-୧୯ ବିଧବା ସହାୟତା’ ଯୋଜନା ନାମରେ ନାମିତ କରିଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ୮ ଟି ଜିଲ୍ଲାର ୧୭୬ ଜଣ ମହିଳାଙ୍କୁ ଚେକ୍ ପ୍ରଦାନ କରିଛନ୍ତି । ଏହାସହ କହିଛନ୍ତି କି ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୭୩ ଲାଭାର୍ଥୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଆସନ୍ତା ସପ୍ତାହଠାରୁ ସେମାନଙ୍କ ଜିଲ୍ଲାର ରାଜ୍ୟମନ୍ତ୍ରୀମାନେ ଚେକ୍ ପ୍ରଦାନ କରିବେ ।