ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଛି। ଗତ କିଛି ଦିନ ହେବ ପ୍ରତିଦିନ ୪୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଆଜି ଏହା ୪୦ହଜାର ତଳକୁ ଖସିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୧୫୪ ଟି ନୂଆ କରୋନା ମାମଲା ଆସିଛି ଏବଂ ୭୨୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଗତକାଲି ୨୪ଘଣ୍ଟା ମଧ୍ୟରେ ୪୧,୫୦୬ ଟି ନୂଆ ମାମଲା ଆସିଥିଲା।
ଭାରତରେ ବର୍ତ୍ତମାନ ୪ ଲକ୍ଷ ୫୦ ହଜାର ୮୯୯ ଟି ସକ୍ରିୟ ମାମଲା ରହିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ ୪ ଲକ୍ଷ ୮ ହଜାର ୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସମୁଦାୟ ୩,୦୦,୧୪,୭୧୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମହାମାରୀ ଆରମ୍ଭରୁ ମୋଟ ୩ କୋଟି ୮ ଲକ୍ଷ ୭୪ ହଜାର ୩୭୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି।
ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୨% ଥିବାବେଳେ ଆରୋଗ୍ୟ ହାର ୯୭.୨୦% ରୁ ଅଧିକ ରହିଛି |