ଆଜିର ରାଶିଫଳ (ମଙ୍ଗଳବାର)

ତା : ୧୩ /୦୭ / ୨୦୨୧

ମେଷ : ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ।ଚିନ୍ତାଧାରା ମହତ ହେବ। ନୂଆବନ୍ଧୁ ମିଳିବେ।

ବୃଷ : ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ସ୍ନେହପୂର୍ଣ୍ଣ ବାକ୍ୟ ବିନିମୟରେ ପରକୁ ଆପଣାର କରିବାରେ ପାରଙ୍ଗମ ହେବେ।ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ। ଚକ୍ଷୁରେ ପୀଡ଼ା ଉପୁଜି ପାରେ।

ମିଥୁନ : ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ।

କର୍କଟ : ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।ଶୁଭ ଖବର ମିଳିପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ।

ସିଂହ : ଅଧିକ କ୍ଷମତା ପ୍ରାପ୍ତ ହେବେ ଓ ତା’ର ସଦ୍‍ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ସତ୍‍ସଙ୍ଗୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ। ପୁରସ୍କୃତ ହେବେ।

କନ୍ୟା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶ୍ରେଷ୍ଠ କର୍ମଯୁକ୍ତ ହେବେ। ରାଜତୁଲ୍ୟ ସମ୍ମାନର ଅଧିକାରୀ ହେବେ।ଖର୍ଚ୍ଚାନ୍ତ ହୋଇପାରନ୍ତି। କାର୍ଯ୍ୟରେ କେହି ବାଧା ଉପୁଜାଇବାକୁ ଉଦ୍ୟମ କରିପାରନ୍ତି। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ। ପରୋପକାରୀ ହେବେ।

ତୁଳା : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ଶୁଣି ଖୁସି ହୋଇ ପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ବିଭିନ୍ନ ସ୍ତରରୁ ସାହାଯ୍ୟ ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି।

ବିଛା : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବହୁ ଜନଙ୍କର ପୋଷାକ ଭାର ବହନ କରିବେ।ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ଧନବାନ୍‍ ହେବେ।

ଧନୁ : ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। ସୁସ୍ୱାଦୁ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।

ମକର : ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଭଗବତ ପ୍ରେମୀ ହେବେ। ଦେବ ଦର୍ଶନ ଶୁଭଦାୟକ ହେବ। ଅଶାନ୍ତି ଦୂର ହୋଇପାରେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ।

କୁମ୍ଭ : ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଶୈର୍ଯ୍ୟଶାଳୀ ହେବେ। କ୍ଳେଶ ସହିଷ୍ଣୁ ଓ ଶତ୍ରୁହନ୍ତା ହେବେ।ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ସକଳ ଗୁଣର ଆଧାର ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧି ଯୁକ୍ତ ଓ କମନୀୟ ଶରୀରଯୁକ୍ତ ହେବେ।

ମୀନ : କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ। ପରାମର୍ଶଦାତା ହେବେ। ପରଧନରେ ଧନୀ ହୋଇପାରନ୍ତି। ରସିକ ହେବେ। ଚଞ୍ଚଳମନା ହେବେ। ସହିଷ୍ଣୁ ହେବେ। କୀର୍ତ୍ତି ସ୍ତମ୍ବ ସ୍ଥାପନ କରିପାରନ୍ତି।