ଟିକା ଅଭାବ, ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର, ୧୩/୭ : ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖାଦେଇଛି। ଟିକାର ଅଭାବ ଟିକାକରଣକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଗତକାଲି ରାଜ୍ୟର ୨୪ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ୧୫ଟି ଜିଲ୍ଲା ଯଥା, ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ କରାଯିବ ନାହିଁ ବୋଲି ସୂଚନା ମିଳିଛି।