ଜାମ୍ମୁ-କାଶ୍ମୀରରେ ସେନା ଅପରେସନ: ୪ ଆତଙ୍କବାଦୀ ଓ ଜଣେ ଯବାନ ନିହତ

ଜାମ୍ମୁ-କାଶ୍ମୀର, ୨୦/୧୧ : ଜାମ୍ମୁ-କାଶ୍ମୀରର ସୋପିଆ ଜିଲ୍ଲାଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଛ ଏହି ଏନକାଉଣ୍ଟରରେ ସେନାର ଜଣେ ଯବାନ ମଧ୍ୟ ସହୀଦ ହୋଇଥିବା ସୁଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରୀ ରହିଥିବା ଖବର ମିଳିଛି । ସୋପିଆ ଜିଲ୍ଲାର ନଦିଗାମ ଗାଁରେ ୩-୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ଥ ସୁତ୍ରରୁ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଁଚି ଏନକାଉଣ୍ଟର ଆରମ୍ଭ କରିଥିଲେ । ଏହା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏହି ଗୁଳିବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେନାର ଜଣେ ଯବାନ ସହୀଦ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଅନ୍ୟ ୨ ଜଣ ଯବାନ ଆତହ ହୋଇଥିବା ସୁଚନା ମିଳିଛି । ଅନ୍ୟପକ୍ଷରେ ପାକିସ୍ତାନ ଭାରତୀୟ ସୀମାରେ ନିଜର ଆତଙ୍କବାଦ କାର୍ଯ୍ୟକଳାପକୁ ସର୍ବଦା ସକ୍ରିୟ ରଖୁଛି । ସୀମାରେ ଅନୁପ୍ରବେଶଠାରୁ ଆରମ୍ଭ କରି ଅସ୍ତ୍ରବିରତି ଉଲଙ୍ଘନ ପର୍ଯ୍ୟନ୍ତ ସମସ୍ତ ଘଟଣା ବଢିବାକୁ ଲାଗିଛି । ଇତି ମଧ୍ୟରେ ମଙ୍ଗଳବାର ଜାମ୍ମୁ-କାଶ୍ମୀରର ପୁଂଛ ସୀମା ନିକଟରେ ପାକିସ୍ତାନ ପକ୍ଷରୁ ଗୁଳିବିନିମୟ ଏବଂ ମୋର୍ଟାର ପରିଚାଳନା କରାଯାଇଛି । ପୁଂଛ ବ୍ରିଗେଡ କାର୍ଯ୍ୟାଳୟକୁ ଟାର୍ଗେଟ କରି ଏହି ଗୁଳବିନିମୟ ହୋଇଛି । ତେବେ ଭାରତ ପକ୍ଷରୁ ସେନାର ଯବାନ ମାନେ ଏହାର କଡା ଜବାବ ଦେଇଛନ୍ତି ।