ଲବଙ୍ଗର ଉପକାରୀତା

ଦୈନନ୍ଦିନ ଜୀବନରେ ଆମକୁ ସ୍ୱ୍ୟାସ୍ଥ୍ୟ ସମ୍ବନ୍ଧୀୟ ଏପରି କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ, ଯାହାକୁ ନା ଅଣଦେଖା କରିହୁଏ ନା ଏଥିପାଇଁ କୌଣସି ଐଷଧୀୟ ଉପଚାର କରିହୁଏ । ତେବେ ରୋଷେଇରେ ବ୍ୟବହୃତ ଏପରି କିଛି ବସ୍ତୁ ରହିଛି ଯାହା ଆମକୁ ଦୈନନ୍ଦିନ ଜୀବନରେ ଉପୁଜୁଥିବା ସମସ୍ୟାରୁ ମୁକ୍ତି ଦେଇଥାଏ । ସେଗୁଡିକ ମଧ୍ୟରୁ ଲବଙ୍ଗ ଅନ୍ୟତମ । ତେବେ ଆସ;ୁ ଜାଣିବା ଲବଙ୍ଗ ଆମକୁ କିପରି ସୁସ୍ଥ ରହିବାରେ ସାହାଯ୍ୟ କରିବ ।
– ଏଥିରେ ପ୍ରୋଟିନ, ଆଇରନ, କାର୍ବୋହାଇଡ୍ରେଟସ, କ୍ୟାଲସିୟମ, ଫସଫୋରସ, ସୋଡିୟମ ଏବଂ ହାଇଡ୍ରୋକ୍ଲୋରିକ ଏସିଡ ପ୍ରଚୁର ପରିମାଣରେ ରହିଥାଏ । ଯାହା ଶରୀରକୁ ସର୍ଦ୍ଦି, ଥଣ୍ଡା, କାଶ ଭଳି ବେମାରରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
– ପାଚନ, ଗ୍ୟାସ ଏବଂ କଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଉଥିବା ବ୍ୟକ୍ତିଙ୍କ ପାଇଁ ଲବଙ୍ଗ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ୧ ଗିଲାସ ପାଣିରେ କିଛି ଟୋପା ଲବଙ୍ଗ ତେଲ ମିଶାଇ ପିଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଥାଏ ।
– ସର୍ଦ୍ଦି-କାଶ ସମସ୍ୟା ଦେଖାଦେଉଥିଲେ ପାଟିରେ ଲବଙ୍ଗ ଦାନା ରଖିବା ଦ୍ୱାରା ସର୍ଦ୍ଦି ସହ ଗଳାରେ ଉପୁଜୁଥିବା ବ୍ୟଥାରୁ ମଧ୍ୟ ମୁକ୍ତି ମିଳିଥାଏ ।
– କେତେକ ଲୋକଙ୍କ ନିକଟରେ ମୁଖ ଦୁର୍ଗନ୍ଧର ସମସ୍ୟା ଦେଖାଦେଇଥାଏ । ଏପରି ଲୋକଙ୍କ ପାଇଁ ଲବଙ୍ଗ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ୪୦-୫୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସକାଳୁ ଲବଙ୍ଗଦାନାକୁ ପାଟିରେ ରଖିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
– କେଶ ଝଡିବା ସମସ୍ୟା ଦେଖା ଦେଉଥିଲେ କିମ୍ବା କେଶ ରୁଖାପଣର ଶିକାର ହେବାକୁ ଲାଗିଲେ ଲବଙ୍ଗରେ ପ୍ରସ୍ତୁତ କଣ୍ଡିସନର ବ୍ୟବହାର କରନ୍ତୁ। ଅଥବା ଲବଙ୍ଗକୁ ଅଳ୍ପ ପାଣିରେ ଗରମ କରି ସେଥିରେ କେଶ ଧୁଅନ୍ତୁ । ଏପରି କରିବା ଦ୍ୱାରା କେଶ ଲମ୍ବା ଏବଂ ଦୃଢ ହୋଇଯିବ ।