ଜାଗିଛି କରନଙ୍କ ବିବାହ ଇଚ୍ଛା

ହିନ୍ଦୀ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦ୍ଦେଶକ କରନ୍‌ ଜୋହର୍‌ ବିବାହା କରିବାକୁ ଚାହୁଁଛନ୍ତି । ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଅଭିନେତ୍ରୀ ଦୀପିକା ଏବଂ ରଣବୀର ଦ୍ୱାରା ସେୟାର୍‌ କରାଯାଇଥିବା ବିବାହ ଫଟୋକୁ ଦେଖି ସେ ଏପରି ଟ୍ୱିଟ୍‌ କରି ଜଣାଇଛନ୍ତି । ସେ ଟ୍ୱିଟ୍‌ରେ ଲେଖିଛନ୍ତି କି, ‘ଓଫ୍‌ ଏହି ଯୋଡିକୁ ଦେଖିବା ପରେ ମୁଁ ବି ବିବାହ କରିବାକୁ ଚାହୁଁଛି । ଖାଲି ମୁଁ ନୁର୍ହେଁ ଏତେ ସୁନ୍ଦର ବିବାହ ଫଟୋକୁ ଦେଖିବା ପରେ କିଏ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବେ । କରନ୍‌ଙ୍କ ବ୍ୟତୀତ ଅନ୍ୟ ବଲିଉଡ଼ କଳାକରମାନେ ଟ୍ୱିଟ୍‌ କରି ବିବାହ କରିବା କଥା କହିଛନ୍ତି’ା ଏବେ କେବଳ ଦେଖିବାକୁ ବାକି ରହିଲା ସରୋଗେସି ଜରିଆରେ ଦୁଇ ପୁତ୍ର ସନ୍ତାନର ବାପା ସାଜିଥିବା କରନ୍‌ କେବେ ବିବାହ କରିବେ ଏବଂ ସେ ସ୍ତ୍ରୀ ରୂପେ କାହାକୁ ଚୟନ କରିବେ ।