ଆଜିର ରାଶିଫଳ (ଗୁରୁବାର)

ତା : ୫ / ୮ / ୨୦୨୧

ମେଷ: ଗୃହ ପରିବେଶ ଉତ୍ତମ ମାନର ହେବ। ସାମାଜିକ ସ୍ତରରେ ଯଶସ୍ୱୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି। କୃଷିରୁ ଆୟ ବୃଦ୍ଧି ହୋଇପାରେ। ଯାନବାହନ ସୁଖ ଭୋଗ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ବୃଷ: ବିବାଦୀୟ ପ୍ରତିଯୋଗିତା କୃତିତ୍ୱ ଅର୍ଜନ କରିପାରନ୍ତି। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ସକଳ ଗୁଣର ଆଧାର ହେବେ। ସୁଖଭୋଗ କରିବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି।

ମିଥୁନ: ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦୃତ ହେବେ। ବିବିଧ ପ୍ରକାରର ଧନ ହାତକୁ ଆସିବ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଚଞ୍ଚଳମନା ହୋଇପାରନ୍ତି। ଅତିସୁଖୀ ଓ କୀର୍ତ୍ତିଶାଳୀ ହେବେ। ସହିଷ୍ଣୁ ହୋଇପାରନ୍ତି।

କର୍କଟ: ଧନବାନ୍ ହୋଇପାରନ୍ତି। ଗୁଣଜ୍ଞ ହେବା ଆଶା କରାଯାଏ। ଉପାର୍ଜନ କ୍ଷେତ୍ର ସହଜ ସୁଲଭ ହେବ। ଆଶାବାଦୀ ହେବେ। ଶାରୀରିକ ଶକ୍ତି ବୃଦ୍ଧିର ସୂଚନା ମିଳୁଛି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ସିଂହ: ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଚକ୍ଷୁରେ ସାମୟିକ ଭାବେ ଯନ୍ତ୍ରଣା ଉପୁଜିପାରେ। ଧନକ୍ଷୟ ହେବାର ସୂଚନା ମିଳୁଛି। କାର୍ଯ୍ୟର ପ୍ରଗତି ପଥରେ ବାଧା ଉପୁଜି ପାରେ। ଚଞ୍ଚଳ ସ୍ୱଭାବର ହେବେ। ମଧୁର କଥାରେ ପରକୁ ଆପଣାର କରିବେ।

କନ୍ୟା: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍ ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଗୁଣବାନ୍ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା: ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣର ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ସରକାରୀ ଧନ ମିଳିପାରେ। କୀର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁ କିଛି ମିଳିପାରେ।

ବିଛା: ପରିବର୍ତ୍ତିତ ଭାଗ୍ୟର ସୁଫଳ ଭୋଗ କରିପାରନ୍ତି। ଧନଯୁକ୍ତ ହେବେ। ମହିଳାମାନଙ୍କର ହିତାକାଂକ୍ଷୀ ହୋଇପାରନ୍ତି। ପରୋପକାରୀ ହେବେ। ତୀର୍ଥଯାତ୍ରା କିମ୍ବା ପର୍ଯ୍ୟଟନର ସୁଯୋଗ ପାଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ଧନୁ: ଚୋରଭୟ ଅଛି। ଶୁଭକାର୍ଯ୍ୟରେ ସ୍ୱଇଚ୍ଛାରେ ଅଧିକ ଖର୍ଚ୍ଚ କରିପାରନ୍ତି। କାର୍ଯ୍ୟରେ ଛନ୍ଦି ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ୍ ହେବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ମକର: ପ୍ରୀତି ଲାଭ କରିପାରନ୍ତି। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ; ମାତ୍ର ବୃଦ୍ଧାବସ୍ଥାର ଲୋକଙ୍କ ପ୍ରତି ଏହା ପ୍ରଯୁଜ୍ୟ ନୁହେଁ। ଅବିବାହିତ ମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ; ମାତ୍ର ବିବାହ ବିଳମ୍ବ ହେବ।

କୁମ୍ଭ: ବେଦ ପ୍ରଥାଲମ୍ବୀ ହେବେ। ବୀର କର୍ମ ହୋଇପାରନ୍ତି। ଧାର୍ମିକ ପ୍ରବର ହେବେ। ମନ ଚଞ୍ଚଳ ରହିବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ପ୍ରିୟ ଭାଷୀ ହେବେ। ଧନ ଯାନବାହନଯୁକ୍ତ ହେବେ। ଅନୁଚରଯୁକ୍ତ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ।

ମୀନ: ସନ୍ତାନ ସନ୍ତତି ଲାଭର ସୂଚନା ମିଳୁଛି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ।