ପପୁଙ୍କ ପିଛା ଛାଡ଼ୁନି ବିବାଦ

ଭୁବନେଶ୍ୱର: ଓଡ଼ିଶାର କମେଡିଆନ୍ ପପୁ ପମପମ ପୁଣି ଥରେ ବିବାଦରେ । ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ପପୁ ପମ ପମ ପୁଣି ଥରେ ହିନ୍ଦୁ ଧର୍ମକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ଏହି ଭିଡିଓଟିରେ ନାନାଦି ଅରୁଚିକର ଶବ୍ଦର ପ୍ରୟୋଗ ହୋଇଥିବା ବେଳେ ହିନ୍ଦୁ ଧର୍ମର ସାଧୁ ସନ୍ଥ ମାନଙ୍କୁ ବଦନାମ କରିବାର ପ୍ରୟାସ କରାଯାଇଥିବା ନେଇ ଅଭିଯୋଗ ହେଉଛି ।

ପପୁଙ୍କ ଏହି ବିବାଦୀୟ ଭିଡିଓକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ବିରୋଧ କରିବା ସହିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି । ଏହା ସହିତ ପପୁ ପମପମଙ୍କ ୱେବସାଇଟରୁ ଏହି ଭିଡିଓ ହଟାଇବା ପାଇଁ ମଧ୍ୟ ସାଧାରଣରେ ଦାବି କରାଯାଇଛି । ଅଗଷ୍ଟ ୩ ତାରିଖରେ ଏହି ଗୀତର ଷ୍ଟୁଡିଓ ଭର୍ସନ ରିଲିଜ୍ ହୋଇଥିଲା । ପପୁ ଓ ଟିକି ଏହି ଗୀତଟିକୁ ଗାଇଥିବା ବେଳେ ପପୁ ଏହାର ମ୍ୟୁଜିକ ମଧ୍ୟ ଦେଇଛନ୍ତି ।