ରାମନଗର ଠାରେ ଓଏଲଏମ ତରଫରୁ ଦକ୍ଷତା ବିକାଶ ତାଲିମ ଶିବିର

ମହାକାଳପଡ଼ା,୧୨/୮: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଓଡିଶା ଜୀବିକା ମିଶନ ତରଫରୁ ଗୁରୁବାର ଦିନ ରାମନଗର ପଂଚାୟତ କାର୍ଯ୍ୟାଳୟଠାରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜୀବିକା ମିଶନ ଦ୍ୱାରା ଆୟୋଜିତ କାର୍ଯ୍ୟ କ୍ରମରେ ସିପେଟ ଅନୁଷ୍ଠାନ ଓ ସ୍ୱସ୍ତିକ ହୋଟେଲର ମିଳିତ ଉଦ୍ୟୋଗରେ ପରିଚାଳିତ ହୋଇଥିଲା l ଜୀବିକା ମିଶନର ବିପିଏମ ସମ୍ପର୍ଣା ପତି, ଦକ୍ଷତା ବିକାଶ ସଂଯୋଜିକା ସୁଭଦ୍ରା ସେଠି ଓ (ଏନଆଇଏମ )ର ସେଣ୍ଟର ପରିଚାଳକ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ତିନି ଗୋଟି ପଂଚାୟତର ଏମବିକେ, ସିଆରପି, ମାନେ ଉପସ୍ଥିତ ଥିଲେ l

ଆୟୋଜିତ ତାଲିମ ଶିବିରରେ ପେଟଛେଲା, ରାମନଗର ଓ ଖରିନାସି ସମେତ ତିନି ପଂଚାୟତର ମହିଳା ଗୋଷ୍ଠି ସଭ୍ୟା ମାନଙ୍କ ପରିବାରର ୧୦୦ ଜଣ ବେକାର ଯୁବକ ଯୁବତୀଯୋଗ ଦେଇଥିଲେ l ଯୁବତୀ ଓ ଯୁବକମାନଙ୍କୁ ମିଳିତ ଉଦ୍ୟୋଗର ସେଣ୍ଟର ପରିଚାଳକ ଦୁଇ ଗୋଟି ଅନୁଷ୍ଠାନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l ସର୍ବୋପରି ସ୍ୱସ୍ତିକ ପ୍ରତିନିଧି ବିଭିନ୍ନ ଆଇଟମ ରୋଷେଇ, ପରଷିବା ଆଲୋଚନା କରିଥିଲେ l ଯୁବକ ମାନଙ୍କୁ ରୋଷେଇ ଓ ଯୁବତୀ ମାନଙ୍କୁ ପରଷିବା ନେଇ ତାଲିମ ଦେଇଥିଲେ l ସେହିପରି ସିପେଟର ପ୍ରତିନିଧି ଆଧୁନିକ ପ୍ଲାଷ୍ଟିକ ଇଂଜିନିୟରିଙ୍ଗ ଓ ଟେକନୋଲୋଜି ବିଷୟରେ ମାଟ୍ରିକ ଓ ତତୁର୍ଦ୍ଦ୍ୱ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ଯୁବକ ଓ ଯୁବତୀ ମାନଙ୍କ ସହିତ ଆଲୋଚନା କରିଥିଲେ l