ଦେଶରେ ଆଜି ୪୦,୧୨୦ କରୋନା ଆକ୍ରାନ୍ତ ଚିହ୍ନଟ, ୫୮୫ ମୃତ

ନୂଆଦିଲ୍ଲୀ,୧୩/୮: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଆଜି ଦେଶରେ ୪୦,୧୨୦ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୫୮୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୧,୧୭,୮୨୬ ଓ ମୃତ୍ୟୁସଂଖ୍ୟା ୪,୩୦,୨୫୪ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୨,୨୯୫ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୩,୦୨,୩୪୫ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୫,୨୨୭।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୫୭,୩୧,୫୭୪ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୨,୯୫,୮୨,୯୫୬ ଜଣଙ୍କୁ ଟିକା ଦିଆଯାଇସାରିଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ଏକମାତ୍ର ବାଟ ବୋଲି ଜାଣି ସରକାର ଏବେ ଟିକାକରଣଙ୍କୁ ଜୋରଦାର କରିଛନ୍ତି।