ସେପ୍ଟେମ୍ବର ୬ ତାରିଖରୁ OJEE ପରୀକ୍ଷା

ଭୁବନେଶ୍ବର,୧୩/୮ : ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଆରମ୍ଭ ହେବ। ସେପ୍ଟେମ୍ବର ୬ ତାରିଖରେ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ।

କୋଭିଡ୍ ଗାଇଡଲାଇନ୍‌ କଡାକଡି ପାଳନ କରାଯାଇ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରକୁ ଆସିଥିବା ଥିବା ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ରଖାଯିବ । ମାସ୍କ, ସାନିଟାଇଜ ଏବଂ ସାମାଜିତ ଦୂରତା ଉପରେ ଗୁରୁତ୍ବ ଦିଆଯିବା ସହିତ ପରୀକ୍ଷା କେନ୍ଦ୍ରକୁ ପୂର୍ବରୁ ସାନିଟାଇଜ୍‌ କରାଯି ।