ସାନଖେମୁଣ୍ଡି, ୧୪/୦୮ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡ଼। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଡେଙ୍ଗାଉସ୍ତ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ତିନି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ।
ସୂଚନାନୁସାରେ, ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସେ ତିନୋଟି ଶିଶୁ କନ୍ୟା ଜନ୍ମ ଦେଇଥିଲେ । ମହିଳା ଜଣଙ୍କ ହେଲେ ସାନଖେମୁଣ୍ଡି ବ୍ଲକ ଟି .ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡି ଖୋଲ ଗ୍ରାମର ସାରାଦେବୀ ମଣ୍ଡଳ । ତେବେ ଉଭୟ ମାଆ ଏବଂ ଶିଶୁ ସୁରକ୍ଷିତ ରହିଛନ୍ତି । ଏନେଇ ମେଡ଼ିକାଲ ଇନଚାର୍ଜ ବାହାନ କୁମାର ଦାସ ସୂଚନା ଦେଇଛନ୍ତି।