ପୁରୀ,୧୪/୮ : କରୋନାର ବିଭିନ୍ନ କଟକଣା ଲାଗୁ ମଧ୍ୟରେ ପୁରୀର ସ୍ୱର୍ଗଦ୍ୱାରରେ ଜିଲା ବାହାର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଥିଲା। ମାତ୍ର ଏଣିକି ଜିଲା ବାହାର ଲୋକେ ମଧ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ। ଆସନ୍ତା ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର । କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିବେ । ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସଟଡାଉନରେ ମଧ୍ୟ ଶବଦାହ ପାଇଁ ଅନୁମତି ମିଳିଛି। ଏନେଇ ପୁରୀ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। କୋଭିଡ଼ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିଲେ ଶବଦାହ ପାଇଁ ଅନୁମତି ମିଳିବନି । ଶବ ସତ୍କାର ପାଇଁ ପଞ୍ଜିକରଣ ବେଳେ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ମିଳିଛି।