ନୀଳଗିରି,୧୪/୮: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଢ଼େଇଶ ଫୁଟ ଲମ୍ବର ତ୍ରିରଙ୍ଗା ଧରି ସହର ପରିକ୍ରମା କରାଯାଇଛି। ସମର ଶଙ୍କର କାନୁନଗୋ, ଜୀବନଜ୍ୟୋତି ରାଉତ, ଦେବାଶିଷ ଆଚାର୍ଯ୍ୟ, ଚନ୍ଦ୍ରବିନ୍ଦୁ ଦାସ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଆନନ୍ଦ ମିଶ୍ର, ମନୋରଞ୍ଜନ ବେହେରାଙ୍କ ସମେତ ୨୫୦ରୁ ଉର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଅଖଣ୍ଡ ଭାରତ ସଂକଳ୍ପ ର ଦିନକୁ ସ୍ମରଣ କରିବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଇଛି ବୋଲି ଉଦ୍ୟକ୍ତା ମାନେ ପ୍ରକାଶ କରିଛନ୍ତି। ବିରାଟକାୟ ତ୍ରିରଙ୍ଗା ପତାକାକୁ ଧରି ଆୟୋଜିତ ଏହି ବିଶାଳ ଶୋଭାଯାତ୍ରାକୁ ଦେଖିବାକୁ ବହୁ ପଦଯାତ୍ରୀ ଅଟକି ରହିଥିଲେ। ନୀଳଗିରି ବସଷ୍ଟାଣ୍ଡରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲା।