ଭୁବନେଶ୍ୱର,୧୯/୮ : ଜ୍ୟୋତିଷଶାସ୍ତ୍ରରେ ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି କାରଣ ଗ୍ରହଣକୁ ଜ୍ୟୋତିଷଶାସ୍ତ୍ରରେ ଅଶୁଭ ଘଟଣା ଭାବେ ବିବେଚନା କରାଯାଏ। ଚନ୍ଦ୍ରମାକୁ ମନ ଓ ମାତାର କାରକ ବୋଲି କୁହାଯାଏ। ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କରିବାକୁ ବାରଣ କରାଯାଏ। କାରଣ ଚନ୍ଦ୍ର ଗ୍ରହଣ ସମୟରେ କରାଯାଇଥିବା କାର୍ଯ୍ୟଗୁଡିକର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି ସମୟରେ ମନ୍ଦିର ମଧ୍ୟ ବନ୍ଦ ରହେ। ଗ୍ରହଣ ସମୟରେ ମନ୍ଦିରରେ, ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଭଗବାନଙ୍କ ପୂଜା ହୁଏ ନାହିଁ। ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ ମଧ୍ୟ କରାଯାଏ ନାହିଁ।
ଜ୍ୟୋତିଷ ଗଣନା ଅନୁଯାୟୀ, ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆଜି ଲାଗିବ। ଏହି ଗ୍ରହଣ ବୃଷ ରାଶିରେ ଲାଗିବ। ବୃଷ ରାଶିର ବ୍ୟକ୍ତିଙ୍କ ସହ ଅନ୍ୟ ରାଶି ଉପରେ ମଧ୍ୟ ଗ୍ରହଣର ପ୍ରଭାବ ପଡିବ। ସେଥିପାଇଁ ବୃଷ ରାଶି ସହ ଏହିସବୁ ରାଶିର ବ୍ୟକ୍ତିଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ।
ଜ୍ୟୋତିଷଶାସ୍ତ୍ର ଅନୁସାରେ, ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ଲାଗିବ। ସେଥିପାଇଁ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାକୁ ପଡିବ। ବର୍ତମାନ ବୃଷ ରାଶିରେ ରାହୁ ବିରାଜମାନ। ସେଥିପାଇଁ ଚନ୍ଦ୍ର ଗ୍ରହଣ ସମୟରେ ଏମାନଙ୍କୁ ଧନ, ଚାକିରୀ, ବ୍ୟବସାୟ, ସମ୍ପର୍କ ଆଦି ମାମଲାରେ ବିଶେଷ ସତର୍କ ରହିବାକୁ ପଡିବ। ଏହି ଚନ୍ଦ୍ର ଗ୍ରହଣ ଭାରତର କିଛି ସ୍ଥାନରେ, ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ନଜର ଆସିବ।