କେନ୍ଦ୍ରାପଡା,୧୯/ ୮: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କାଉପଡା ପଂଚାୟତ ଭୂଇଁ ପୁର ଗାଁରେ ବେସରକାରୀ ଜମିରେ ସରକାରୀ ପ୍ରକଳ୍ପ କାର୍ଯ୍ୟ ନେଇ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି l ସରକାରୀ ଜମି ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଅଧିଗ୍ରହଣ ପରେ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର ଵିଧି ରହିଛି l ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକାଂଶ ବ୍ଲକ ପ୍ରସାଶନ ସରକାରୀ ଜମି କୁ ଅଧିଗ୍ରହଣ ନକରି ସରକାରୀ ପ୍ରକଳ୍ପ ନିମନ୍ତେ ଅର୍ଥ ବ୍ୟୟ କରି ଅଡୁଆରେ ପଡୁଥିବାର ନଜିର ରହିଛି l ବିନା ପଲ୍ଲିସଭାରେ ବିଭାଗୀୟ କାର୍ଯ୍ୟାଦେଶ ମଂଜୁର କରାଯାଉଥିବାରୁ ପ୍ରକଳ୍ପ ଅବସ୍ଥାପନ ନେଇ ସମସ୍ୟା ଦେଖା ଯାଉଛି l ଗଣତାନ୍ତ୍ରିକ ପଦ୍ଧତିରେ ସର୍ବସାଧାରଣରେ ପଲ୍ଲିସଭା ଅନୁଷ୍ଠିତ ହେଲେ ପ୍ରକଳ୍ପ ସ୍ଥଳୀ ଅନୁମୋଦନ ରେ ସମସ୍ୟା ସୃଷ୍ଟି ହେବ ନାହିଁ l
କିନ୍ତୁ ବିଭିଗୀୟ କାର୍ଯ୍ୟାଦେଶ ମଂଜୁର ହେବା ପରେ କାର୍ଯ୍ୟାଦେଶ ଅନୁମୋଦିତ ସରକାରୀ ବାବୁ ଜଣକ ଙ୍କର ନିକଟ ତର ଲୋକେ ମନମୁଖୀ ଭାବେ କାଯ୍ୟ ସାରି ବିଲ ପାଇଁ ଜୁଲମ କରିଥାନ୍ତି l ଏହି ଭାବେ ଭୂଇଁପୁର ଗାଁରେ ” ଆମ ଗାଁ ଚାନ୍ଦିନୀ “ପ୍ରକଳ୍ପ ଟି ବ୍ୟକ୍ତିଗତ ଜମିରେ ସମ୍ପାଦିତ ହୋଇଥିବାରୁ ସର୍ବସାଧାରଣ ବ୍ୟବହାରରେ ବ୍ୟାହତ ଆଶା କରି ସ୍ଥାନୀୟ ଲୋକେ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଛନ୍ତି l ଡେରାବିଶ ବିଡ଼ିଓ ଅଭିଯୋଗ ପାଇବା ପରେ ତଦନ୍ତ ମତେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l କିନ୍ତୁ କାଉପଡା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂପୃକ୍ତ ପ୍ରକଳ୍ପ ର କାର୍ଯ୍ୟାଦେଶ ମଂଜୁର ହୋଇନାହିଁ l କେହି ଏଜେନସି ମନକୁ ମନ କାର୍ଯ୍ୟ କରିଲେ ସେଥି ପାଇଁ ପ୍ରଶାସନ ଦାୟୀ ରହିବ ନାହିଁ ବୋଲି ମନା କରିଦେଇଛନ୍ତି l କିନ୍ତୁ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଚାନ୍ଦିନୀ ପ୍ରକଳ୍ପ କାର୍ଯ୍ୟକୁ ସରକାରୀ ବାବୁମାନେ ପେମେଣ୍ଟ କରୁଛନ୍ତି, ନା କାର୍ଯ୍ୟ ସମ୍ପାଦିତ ଏଜେନ୍ସି ହାତରୁ ପଇସା ସାରି ଚୁପ ହୋଇ ବସିରହୁଛନ୍ତି l