ଭୁବନେଶ୍ୱର ଆଇଆଇଟିରେ ନୂଆ ବିଲ୍ଡିଂର ଉଦଘାଟନ କଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୦/୮: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ଆଇଆଇଟିରେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କରିଛନ୍ତି। ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳି ଲେକଚର ହଲ କଂପ୍ଲେକ୍ସ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ୧୨୬୦ରୁ ଅଧିକ କୋଟି ଟଙ୍କା ବ୍ୟୟରେ ଆଇଆଇଟି କ୍ୟାମ୍ପସ ଭିତ୍ତିଭୂମିର ବିକାଶ କରାଯାଉଛି। ଏହା ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇଆଇଟି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।