ଓଡ଼ିଶାରେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି

ଭୁବନେଶ୍ୱର,୨୦/୮: ଓଡ଼ିଶାରେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ସେ ଭୁବନେଶ୍ବର ଠାରେ ନବନିର୍ମିତ ସ୍କିଲ ଡେଭେଲପମେଣ୍ଟ କେନ୍ଦ୍ରର ଉଦଘାଟନ କରିବାର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ଆଇସିଟିର ଭୂମି ପୂଜନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ।

ତେବେ ଏହି ଅବସରରେ ଓଡିଶାର ବିକାଶ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ପ୍ରଶଂସା କଲେ । ଅନ୍ୟପଟେ ତୈଳ ଦର ଵୃଦ୍ଧି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ଆନ୍ତର୍ଜାତିକ ବଜାର ସହିତ ତେଲ ଦର ବୃଦ୍ଧିର ସମ୍ପର୍କ ରହିଥିବା ବେଳେ ରାଜ୍ୟରେ ଟିକସ ବୃଦ୍ଧି ତୈଳ ଦର ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ରାମେଶ୍ୱର ତେଲି କହିଛନ୍ତି ।