ଚଣ୍ଡିଖୋଲ,୨୧/୮: ରକ୍ତ ଦାନ ହିଁ ଜୀବନ ଦାନ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗୋଟିଏ ଦିନରେ ବ୍ଲକର ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ, ବାଲିଚନ୍ଦ୍ରପୁର ସ୍ଥିତ ସରକାରୀ ସଂସ୍କୃତ ମହାବିଦ୍ୟାଳୟ ଓ ଛତିଆ ପିଲ୍ ଗ୍ରୀନ ସେଡ୍ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।
ରକ୍ତଦାନ କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୧୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଓଡିଶା ମୋ ପରିବାର ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ଼ାକରାରେ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଉଥିବା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି । ଏହି ମହତ କାର୍ଯ୍ୟକ୍ରମ ଅବସରରେ ବିଧାୟକ ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇଥିଲେ ।