୪୦ କୋଟି ଖର୍ଚ୍ଚ ହେବ ଆଖଣ୍ଡଳମଣି – ଭଦ୍ରକ ମୁଖ୍ୟରାସ୍ତା

ଆରଡି,୨୧ /୮: ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଆଖଣ୍ଡଳମଣିପୀଠକୁ ସଂଯୋଗ କରୁଥିବା ଭଦ୍ରକ-ଆରଡି ମୁଖ୍ୟରାସ୍ତାର ହେବ ସମ୍ପ୍ରସାରଣ। ଏଥିପାଇଁ ଖର୍ଚ୍ଚ ହେବ ୪୦କୋଟି ଟଙ୍କା lବୋଲି ଜିଲା ରାସ୍ତା ଓ ଗୃହ ନିର୍ମାଣର ନିର୍ବାହୀଯନ୍ତ୍ରୀ ଅମ୍ବିକା ସ୍ବାଇଁ ସୂଚନା ଦେଇଛନ୍ତି। ଆଖଣ୍ଡଳମଣିପୀଠ ଠାରୁ ଭଦ୍ରକ ପ୍ରଯ୍ୟନ୍ତ ୪୦କିମି ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇଥିବାରୁ ବଡବଡ ଖାଲ ସୃଷ୍ଟି ହୋଇଛି। ଯାହାଫଳରେ ଯାତାୟତ କରୁଥିବା ପଥଚାରୀ ଛୋଟବଡ ଦୃର୍ଘଟଣାର ଶିକାର ହେଉଛନ୍ତି।

ସେହିପରି ଧୁଷୁରୀ ଠାରୁ ଅର୍ଣ୍ଣପାଳ ପ୍ରଯ୍ୟନ୍ତ ରାସ୍ତାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଏକାଧିକ ହମ୍ପସ ଯୋଗୁ ରାସ୍ତାରେ ପ୍ରତିଦିନ ଯାତାୟତ କରୁଥିବା ବସ ସମେତ ଛୋଟବଡ ଗାଡି ନାନା ଅସୁବିଧାର ସମ୍ମୁଖିନ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ କରାଯିବା ସହିତ ଉଭୟ ପାର୍ଶ୍ବରେ ଥିବା ପ୍ରାୟ ୪ହଜାର ଗଛ କଟାଯିବ ବୋଲି ନିର୍ବାହୀଯନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି। ଏବେ ରାସ୍ତାର ସର୍ବେ ଆରମ୍ଭ ହୋଇଛି, ଖୁବଶିଘ୍ର ଟେଣ୍ଡରପ୍ରକ୍ରିୟା କରାଯାଇ ଅକ୍ଟୋବ ଶେଷ ସପ୍ତାହରେ କାର୍ୟ୍ୟ ଆରମ୍ଭ ହେବ ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।