ଭୁବନେଶ୍ୱର,୨୧/୮: ଦେଶର ବିଶିଷ୍ଟ ଶିଳ୍ପପତିି ତଥା ଆର୍ସେଲର ମିତଲ କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିବାନ ନିବାସରେ ମୁଖ୍ୟମନ୍ତ୍ରୀ ଓ ମିତ୍ତଲ ପାଖାପାଖି ଏକ ଘଂଟା ଧରି କଥାବାର୍ତ୍ତା କରିଥିବା ସୂଚନା ମିଳିଛି। ଓଡ଼ିଶା ଗସ୍ତରେ ଥିବା ମିତ୍ତଲ ଆଜି କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ସେ ସେଠାରେ ଆର୍ସେଲର-ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନି ପରିଦର୍ଶନ କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ପାଇଁ ଯୋଜନା ରହିଛି। ଚଳିତ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ସହ ନିପ୍ପନ ଷ୍ଟିଲ ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହା ପରେ ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ପହଂଚି ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।