ଷ୍ଟାଚ୍ୟୁ ଅଫ ୟୁନିଟି ଠାରୁ ଉଚ୍ଚ ହେବ “ଆନ୍ଧ୍ରପ୍ରଦେଶ ବିଧାନସଭା”

ଅମରାବତୀ,୨୩/୧୧ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ପ୍ରସ୍ତାବିତ ରାଜ୍ୟର ବିଧାନସଭାକୁ ୨୫୦ ମିଟର ଉଚ୍ଚ କରିବାକୁ ଚାହୁଁଛନ୍ତି । ଏହାକୁ ସେ ଷ୍ଟାଚ୍ୟୁ ଅଫ ୟୁନିଟି ଠାରୁ ଉଚ୍ଚା କରିବାକୁ ଚାହୁଁଛନ୍ତି । ସୂଚନାନୁଯାୟୀ, ନାଇଡୁ ବିଧାନସଭା ଡିଜାଇନରେ କିଛି ପରିବର୍ତନ କରି ପାଇନାଲ ବ୍ଲ୍ୟୁପ୍ରିଂଟ ପ୍ରସ୍ତୁତ କରିଛନ୍ତି । ବ୍ରିଟେନ ବେସଡେ ଏକ ଆର୍କିଟେକ୍ଟ ଏହାର ବ୍ଲ୍ୟୁପ୍ରିଂଟ ସରକାରଙ୍କ ନିକଟରେ ଉପସ୍ଥାପନା କରିଛି । ବିଧାନସଭାରେ କେବଳ ତିନୋଟି ମହଲା ରହିବ । ଏହା ଉପରେ ୨୫୦ ମିଟରର ଆକାଶକୁ ଛୁଉଁଥିବା ଉଚ୍ଚା ଟାୱାର ନିର୍ମାଣ କରାଯିବ ।