ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଘୋଷଣା : ଅମିତ୍‌ ରୋହିଦାସ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର,୨୫/୮: ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଘୋଷଣା କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍‌ର ସଦସ୍ୟ ତଥା ଓଡ଼ିଆ ପୁଅ ଅମିତ୍‌ ରୋହି ଦାସଙ୍କୁ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ସମ୍ମାନ ମିଳିବା ନେଇ ସୂଚନା ଦିଆଯାଇଛି ।

ସେହିପରି ହକି କୋଚ୍‌ କେଳୁ ଚୌଧୁରୀଙ୍କୁ ମିଳିବ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ପୁରସ୍କାର । ପାରା ବ୍ୟାଡ୍‌ମିଣ୍ଟନ୍‌ କୋଚ୍‌ ଶିବ ପ୍ରସାଦ ଦାସଙ୍କୁ ତାଙ୍କର ଉଲ୍ଲେଖନୀୟ ପ୍ରଶିକ୍ଷଣ ପାଇଁ ଶ୍ରେଷ୍ଠ ପ୍ରଶିକ୍ଷକ ଆୱାର୍ଡରେ ସମ୍ମାନିତ କରାଯିବ । ତେବେ ଆସନ୍ତା ୨୯ ତାରିଖରେ କ୍ରୀଡ଼ା ଦିବସ ପଡ଼ୁଥିବାରୁ ଏହି ଦିନ ସମ୍ମାନ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।