କେନ୍ଦ୍ରାପଡ଼ା,୨୬ /୮ : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନସ୍ଥ ବଡ଼ିହି ଗାଁର ଲଷ୍ମୀପ୍ରିୟା ଜେନା ଦୀର୍ଘ ୬ ମାସ ହେବ ନ୍ୟାୟ ପାଇଁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଅଭିଯୋଗ କରି ନିରାଶ ହେବା ପରେ କେନ୍ଦ୍ରାପଡା କୋର୍ଟ ପରିସରରେ ଦେହରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି l ଖବରରୁ ପ୍ରକାଶ ଲଷ୍ମୀପ୍ରିୟା ଉଭୟ ଶାଶୁ ଘର ଓ ବାପଘର ଉଭୟ ପକ୍ଷରୁ ନିର୍ଯ୍ୟାତିତ ହେବା ପରେ ହତାଶ ହୋଇପଡିଥିଲେ l ନ୍ୟାୟ ପାଇଁ ଆଳି ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଠାରୁ ନ୍ୟାୟ ନପାଇବାରୁ ପଟ୍ଟାମୁଣ୍ଡାଇ ଏସଡ଼ିପିଓ ଙ୍କୁ ସବିଶେଷ ଘଟଣା ନେଇ ମଧ୍ୟ ଅଭିଯୋଗ କରିଥିଲେ l ମାତ୍ର ଏସ୍ଡ଼ିପିଓଙ୍କ ଠାରୁ ହତାଶ ହେବାପରେ କେନ୍ଦ୍ରାପଡା ଏସପି ଓ ଜିଲ୍ଲା ପାଳଙ୍କ ଉପରେ ବହୁ ଭରଷା ରଖି ସାକ୍ଷାତ କରି ଅଭିଯୋଗ କରିଥିଲେ l

କିନ୍ତୁ ଦୁଃଖ ଓ ପରିତାପର ବିଷୟ ପୂର୍ବ ଭଳି ମହିଳାଙ୍କୁ ସମାନ ଦଶା ଭୋଗୀ ବାକୁ ପଡିଥିଲା l ପରବର୍ତ୍ତୀ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ମହିଳା କମିଶନରଙ୍କ ନିକଟରେ କାକୁତି ମିନତୀ ହୋଇ ତ୍ୱରିତ ନ୍ୟାୟ ମିଳିବl ଲକ୍ଷ୍ୟରେ ନ୍ୟାୟ ଭିକ୍ଷା କରିଥିଲେ l କିନ୍ତୁ ଉପରିସ୍ଥ କାର୍ଯ୍ୟାଳୟର ନିର୍ଦେଶ ନାମା କାର୍ଯ୍ୟ କାରିତାର ବିଳମ୍ବତା ନେଇ ମହିଳା ଜଣକ ଧୈର୍ଯ୍ୟ ଚ୍ୟୁ୍ତ ହୋଇ ପଡ଼ିଥିଲେ l ପ୍ରଶାସନ ଠାରୁ ନ୍ୟାୟ ମିଳିବା ଆଶା ଦିନକୁ ଦିନ ହ୍ରାସ ପାଉଥିଲା l ରାଜ୍ୟରେ ସ୍ଵଛ ଶାସନର ଡିଣ୍ଡିମ ପିଟୁ ଥିବା 5T ର ରାଜ୍ୟରେ ସରକାରି କଳ ମହିଳାଙ୍କୁ ନ୍ୟାୟ ପ୍ରଦାନରେ ଟାଳ ଟୁଳ ନୀତି ଅବଲମ୍ବନ କରୁଛି l ଆଉ ମା’ କୁ ସମ୍ମାନ ଗାଁକୁ କାମ କଥା କହୁଥିବା ସରକାର ମହିଳା ଓ ତାଙ୍କର ଦୁଇ ସନ୍ତାନକୁ ସାହାରା ଦେବାରେ ପୁରା ମାତ୍ରାରେ ଅସଫଳ ହୋଇଛି l ଯାହା ନେଇ ମହିଳା ଜଣକ ତାଙ୍କର ପୁଅ ଓ ଝିଅ ଦୁଇଜଣକୁ ଧରି ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟରେ ଅଭିଯୋଗ କରି ନୟାନ୍ତ ହେବା ପରେ ମଙ୍ଗଳ ବାର ସନ୍ଧ୍ୟାରେ କେନ୍ଦ୍ରାପଡା କୋର୍ଟ ପରିସରରେ ଛୋଟ ଛୋଟ ପୁଅ,ଝିଅ ଦୁଇଜଣଙ୍କ ସହିତ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ l କିଛିଦିନ ତଳେ ଗଣମାଧ୍ୟମ ସମ୍ମୁଖରେ ନ୍ୟାୟ ପାଇଁ ମୁହଁ ଖୋଲିଥିବା ମହିଳା ଜଣକୁ ଚିହ୍ନି ପାରି ଗଣମାଧ୍ୟମ ପ୍ରତିନିଧିମାନେ ଆତ୍ମ ହତ୍ୟା ଉଦ୍ୟମରୁ ନିବୃତ କରିଥିଲେ l ଉଦ୍ଧାର ହୋଇଥିବା ମହିଳା ଜଣକୁ ସ୍ଥାନୀୟ “ରିସ୍ବା”ସ୍ବେଛାସେବୀ ଅନୁଷ୍ଠାନର ସ୍ଵଧାର ଗୃହ ରେ ରଖାଯାଇଥିବାର ଜଣାଯାଇଛି l