ନୂଆଦିଲ୍ଲୀ, ୨୪/୧୧ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ପରିବାର ମଧ୍ୟ ତାଙ୍କ ଭଳି ନୀତି ଏବଂ ଆଦର୍ଶର ବିନ୍ଧାଣି ବୋଲି ପ୍ରମାଣିତ ହୋଇଯାଇଛି । ତାଙ୍କ ଦେହାନ୍ତ ପରେ ସରକାରଙ୍କ ରତଫରୁ ଦିଆଯାଇଥିବା କୌଣସି ପ୍ରକାର ସୁବିଧା ସେମାନେ ଗ୍ରହଣ କରିବେ ନାହିଁ ବୋଲି ଜଣାଇ ଦେଇଛନ୍ତ ।
ଅଟଳଙ୍କ ପରିବାରକୁ ମିଳୁଳିଥିବା ସୁରକ୍ଷା ଓ ବାସଭବନ ପରି ସରକାରୀ ସୁବିଧାକୁ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରି ସେମାନେ କହିଛନ୍ତି କି, ଆମେ ଆମ ଖର୍ଚ୍ଚ ତୁଲାଇବାକୁ ସକ୍ଷମ ଅଛୁ ଏବଂ ସରକାରୀ ରାଜକୋଷ ଉପରେ ଅଯଧା ବୋଝ ହେବାକୁ ଚାହୁଁନାହୁଁ ।
ଅଟଳଙ୍କ ପରିବାରରେ ତାଙ୍କ ପାଳିତା କନ୍ୟା ନମିତା, ଜୋଇଁ ରଞ୍ଜନ ଭଟାଚାର୍ଯ୍ୟ ବଂ ନାତି ନିହାରିକା ସମେତ ଅନ୍ୟ କେତେକ ସଦସ୍ୟ ଅଛନ୍ତି । ତେବେ ଅଟଳଙ୍କ ପରିବାର ଲୋକେ ତାଙ୍କ ନିସ୍ପତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଜଣାଇବା ସହ କହିଛନ୍ତି କି, ସରକାରଙ୍କ ତରଫରୁ ମିଳୁଥିବା ସରକାରୀ ସୁବିଧାର ଆବଶ୍ୟକତା ରହିନାହିଁ ।
ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ସରକାରୀ ବାସଭବନର ସୁବିଧା, ମୁକ୍ତ ଚିକିତ୍ସାର ସୁବିଧା, ଘରୋଇ ବିମାନ ଟିକେଟ, ଟ୍ରେନରେ ମୁକ୍ତ ଯାତ୍ରାର ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଥାଏ ।
Prev Post
Next Post