କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଦୋଷିଆ ପଂଚାୟତ ହଳଦିଆ ଗ୍ରାମରେ ନବ ବଧୂର ମୃତ୍ୟୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ହଳଦିଆ ଗ୍ରାମର ପ୍ରଭାତ ନଦୀ ବୈଦିକ ରୀତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୌସୁଧା ପଂଚାୟତ ପରମାନନ୍ଦ ପୁର ଗାଁ ର ପୂର୍ଣ୍ଣ ଚନ୍ଦ୍ର କୁଣ୍ଡୁଙ୍କ ଝିଅ ମିତାକୁ ବିବାହ କରିଥିଲେ l ମାତ୍ର ନବ ବିବାହିତl ବଧୂର ବୈବାହିକ ଜୀବନ ସୁଖରେ ବିତିବା ଅପେକ୍ଷା ଭାଗ୍ୟ ଆକାଶରେ ହଠାତ କଳାବାଦଲ ଢାଙ୍କି ଆସି ବିଡମ୍ବନା ସୃଷ୍ଟି କରିଥିଲା l ଯେପରି ଯୌତୁକ ଲୋଭି ଶାଶୁ ଘରଲୋକେ ବଧୂ ମିତା ଉପରେ ନିର୍ଯ୍ୟାତନା ଆରମ୍ଭ କରିଥିଲେ l ଅମାନବୀୟ ଭାବେ ତାଙ୍କୁ ଜୀବନରେ ମାରିଦେଇ କିରୋସିନି ଢାଳି ହତ୍ୟାକୁ ଆତ୍ମ ହତ୍ୟା ରୂପ ଦେବାକୁ ଚେଷ୍ଟା ଚଳାଇଥିଲେ l ମୃତ୍ୟୁ ଖବର ପାଇଁ ଭଦ୍ରକରୁ ବାପଘର ଲୋକେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିଥିଲେ l ଆଉ ଝିଅର ମୃତ୍ୟୁକୁ ହତ୍ୟା ସନ୍ଦେହରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇଁ ପୋଲିସ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ଆଉ ଶବ ବ୍ୟବଛେଦ ଗୃହରେ ଥିବା ବେଳେ ଆତ୍ମ ହତ୍ୟା ରୂପରେଖ ଦେବା ପାଇଁ ଡିଲ ଚାଲିଥିବାର କନ୍ୟାର ଭାଇ କହନ୍ତି l ଦୁଃଖର କଥା ନୃଶଂସ ଭାବେ ବୋହୁ କୁ ମାରି ଦେଇ ଚପାଇ ଦେବାର ଉଦ୍ୟମକୁ ସାଧାରଣରେ ନିନ୍ଦା କରାଯାଊଛି l