ଆସାମ,୨୭/୮ : ଆସାମର ଦିସପୁରଦୀମା ହସାଓରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିସମାଓ ଗାଁ ନିକଟରେ ଅମରଙ୍ଗସୋ ଲଙ୍କା ରୋଡରେ କିଛି ଅଜ୍ଞାତ ଆତତାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଟ୍ରକରେ ଆଖିବୁଜା ଗୁଳିଚାଳନା କରିବା ସହ ନିଆଁ ଲଗାଇ ଦେଇଥିଲେ। ଫଳରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୭ଟି ଟ୍ରକରେ ନିଆଁ ଲାଗିଥିବା ନେଇ ଖବର ମିଳିଛି। ନିଆଁ ଲଗାଇବା ପୂର୍ବରୁ ଗୁଳି ଚାଳନା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।