ବିଫଳ ହେଲା ଖରସ୍ରୋତା ସଂଗ୍ରାମ ସମିତି ଓ ପ୍ରଶାସନ ସମନ୍ୱୟ ବୈଠକ

କେନ୍ଦ୍ରାପଡା -୨୮/ ୮ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା, ବରୁଣଡ଼ିହl ନିକଟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ସଂଗ୍ରାମ ସମିତି କାର୍ଯ୍ୟ ଆରମ୍ଭ ଦିନଠୁ ସଂଗ୍ରାମ ଜାରି ରଖିଛି l ଭିତରକନିକା ଜାତୀୟ ଉଦ୍ୟାନ ଓ ସ୍ଥାନୀୟ ଅଂଚଳ ବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସଂଗ୍ରାମ ସମିତି ଆନ୍ଦୋଳନ ଚଳାଇଛି l ସମିତିର ଦାବିମୁତାବକ ଆଳି ଓ ରାଜକନିକାର ଜୀବନରେଖା କୁହାଯାଉଥିବା ଖରସ୍ରୋତା ନଦୀରେ ବ୍ୟାରେଜ ନିର୍ମାଣ କଥାକୁ ଉପେକ୍ଷା କରି ଜିଲ୍ଲା ପ୍ରଶାସନ ପୋଲିସ ଫୋର୍ସ ଜରିଆରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରୁଛି l କାର୍ଯ୍ୟ ଆରମ୍ଭ ହେବା ଦିନଠୁ ସଂଗ୍ରାମ ସମିତି ଆନ୍ଦୋଳନ ଚଳାଉଥିବା ପ୍ରଶାସନ ଚୁପ ମାରି ବସିଥିଲେ l ଜଳପ୍ରକଳ୍ପ କୁ ବିରୋଦ୍ଧ ନେଇ ଚର୍ଚ୍ଚା ଜୋରଧରିଛି ଯାହା ନେଇ ରାଜ୍ୟ ତଥା ଜାତୀୟ ସ୍ତରୀୟ ନେତା ଓ ସ୍ବେଛାସେବୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଜିଲ୍ଲା ପ୍ରଶାସନକୁ ସମସ୍ୟାର ସମାଧାନ ପ୍ରସ୍ତାବ ଉପସ୍ଥାପିତ କରିଥିଲେ l କିନ୍ତୁ ଦୁଃଖର କଥା ପ୍ରଶାସନ ଆପୋଷ ଆଲୋଚନା ପାଇଁ ଅନିଚ୍ଛୁକ ହୋଇ ଥିଲେ l ପରବର୍ତ୍ତୀ ସମୟରେ ଦୀର୍ଘ ସ୍ଥାୟୀ ଆନ୍ଦୋଳନର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ଉଭୟଙ୍କ ସମନ୍ୱୟରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ରଖିଥିଲେ l ତଦନୁଯାୟୀ ପ୍ରଶାସନର ଆହ୍ୱାନ କ୍ରମେ ପଟ୍ଟାମୁଣ୍ଡାଉ ବ୍ଲକ ସଭା ଗୃହରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା l କିନ୍ତୁ ସମିତିର ଦାବିମୁତାବକ ବ୍ୟାରେଜ କାର୍ଯ୍ୟ ଆରମ୍ଭ ନହେବା ଯାଏ ଆନ୍ଦୋଳନ ଜାରିରହିବା ବୋଲି ସମିତି ତରଫରୁ ଜଣାପଡିଛି l ଏପରିକି ସମିତିର ଦାବିରେ ବିଳମ୍ବିତ ପ୍ରହରରେ ହେଉ ପଛେ ଜିଲ୍ଲା ପ୍ରଶାସନ ବହୁ ବିଳମ୍ବରେ ସମନ୍ୱୟ ବୈଠକ ଆହୂତ କରି ଥିଲା l କିନ୍ତୁ ଜିଲ୍ଲା ପାଳ ବ୍ୟାରେଜ ର ତଦନ୍ତ କାରି ଟିମ ଆସିବେ ଜଳସମ୍ପଦ ସୁରକ୍ଷା ନେଇ ରିପୋର୍ଟ ହେବା ପରେ ବ୍ୟାରେଜ ଚିନ୍ତାଧାରା ଆସିବ ବୋଲି କହିଛନ୍ତି l ଏଣୁ ସଂଗ୍ରାମ ସମିତି ଜିଦରେ ଅଟଳ ରହି ପ୍ରକଳ୍ପ କାର୍ଯ୍ୟବନ୍ଦ ନହେବା ଯାଏ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି କର୍ମ କର୍ତ୍ତା ମାନେ କୁହନ୍ତି l ଜନତାଙ୍କ ଦାବିକୁ ଗୌଣ ମନେକରି ଉପେକ୍ଷା କରିବlରୁ ସମିତିର କର୍ଣ୍ଣଧାରମାନେ ଜିଲ୍ଲା ପାଳଙ୍କ ପ୍ରସ୍ତାବରେ ଅଳ୍ପ କିଛି ଅସହମତି ହେଉଥିବା କଥା ଜିଲ୍ଲପାଳ ଅମ୍ରିତ ଋତୁରାଜ କହିଛନ୍ତି l ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସଂଗ୍ରାମ ସମିତିର ମୁଖ୍ୟ କର୍ମକର୍ତା ମାନେ ଉପସ୍ଥିତି ରହି ଆଲୋଚନାରେ ଭାଗ ନେଇଥିଲେ ବି ଉଭୟ ଜିଲ୍ଲା ପ୍ରଶାସନ ଓ ସଂଗ୍ରାମ ସମିତି ମଧ୍ୟରେ ସମନ୍ୱୟ ସୁରକ୍ଷା ହୋଇ ନପାରିବାରୁ ବୈଠକ ବିଫଳ ହୋଇଇଥିବାର ଜଣାପଡିଛି l