ଭିତର କନିକା ଜାତୀୟ ଉଦ୍ୟାନରୁ ୩୦ କେଜି କଙ୍କଡା ଜବତ, ଜଣେ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ନିଷେଧ୍ୟାଂଚଳରୁ ବେଆଇନ କଙ୍କଡା ଧରାଳିକୁ ଗିରଫ କରି କୋର୍ଟ ଚାଲାଣ କଲା ବନବିଭାଗ ଲ

ସୂଚନାରୁ ପ୍ରକାଶ ଭିତର କନିକା ଜାତୀୟ ଉଦ୍ୟାନ ରାଉତ ଫରେଷ୍ଟ ବ୍ଲକ ଅଂଚଳର ନିଷେଧ୍ୟାଂଚଳରୁ ବେଆଇନ ଭାବେ କଙ୍କଡା ଧରିବା ଖବର ପାଇଥିଲା ବନବିଭାଗ l ଖବର ମିଳିବା ମାତ୍ରେ ବିଭାଗୀୟ ପାଟ୍ରୋଲିଙ୍ଗ ଟିମ ରେ ଫରେଷ୍ଟ ଗାର୍ଡ ସୁନୀଲ ରଞ୍ଜନ ରାଉତ ଓ ମଦନ ମୋହନ ହାଁସଦା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ l ଜାତୀୟ ଉଦ୍ୟାନର ନିଷେଧ୍ୟାଂଚଳରୁ ବେଆଇନ ଭାବେ କଙ୍କଡା ଧରୁଥିବା ସ୍ଥାନୀୟ ଦୋଷିଆ ଗାଁ ର ଗୁରୁପଦ ଗାଏନ କୁ ଗିରଫ କରିଥିଲେ l ଏଥି ସହିତ ଧରିଥିବା ୩୦ କେଜି କଙ୍କଡା ଜବତ କରି ବନକର୍ମଚାରୀ ଭିତର କନିକା ନଦୀରେଛାଡି ଦେଇଥିବାର ଜଣାପଡିଛି l ସେପଟେ ବେଆଇନ କଙ୍କଡା ଧରାଳି ଶ୍ରୀ ଗାଏନକୁ 1972 ବନ୍ୟ ଜୀବ ସୁରକ୍ଷା ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିବା ସହିତ କଙ୍କଡା ଧରିବାରେ ବ୍ୟବହୃତ ସରଞ୍ଜାମ ଓ ମଟରସାଇକେଲ କୁ ଜବତ କରିଥିବାର ଜଣାପଡିଛି l