ଆଜି ଜାତୀୟ କ୍ରୀଡା ଦିବସ : ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୁଣ୍ୟତିଥୀ

ନୂଆଦିଲ୍ଲୀ,୨୯/୮: ଆଜି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୁଣ୍ୟତିଥୀ । ୧୯୦୫ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଧ୍ୟାନଚାନ୍ଦ । ତାଙ୍କ ଜନ୍ମତିଥୀକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଧ୍ୟାନଚାନ୍ଦଙ୍କ ଆବିର୍ଭାବ ହିଁ ଭାରତୀୟ ହକିକୁ ନୂଆ ରୂପ ଦେଇଥିଲା । ତାଙ୍କ ଯାଦୁକରୀ ଖେଳରେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିଲା ।

ଦେଶ ସ୍ୱାଧୀନ ହେବା ପରେ ଅର୍ଥାତ ୧୯୪୮ ଅଲିମ୍ପିକ୍ସ ଦଳରେ ଧ୍ୟାନଚାନ୍ଦ ସାମିଲ ହୋଇ ନଥିଲେ । ଫଳରେ ସେ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡ଼ାଇବାର ସୌଭାଗ୍ୟ ହାସଲ କରି ପାରି ନଥିଲେ । ୧୯୦୫ ଅଗଷ୍ଟ ୨୯ ତାରିଖରେ ଧ୍ୟାନଚାନ୍ଦଙ୍କ ଜନ୍ମ ହୋଇଥିଲା । ସେ ୧୯୭୯ ଡିସେମ୍ବର ୩ ତାରିଖରେ ପରଲୋକ ଗମନ କରିଥିଲେ । କ୍ୟାରିୟରରେ ସେ ୧୮୫ଟି ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ । ସେଥିରୁ ସେ ୫୭୦ଟି ଗୋଲ୍‌ ସ୍କୋର କରିଥିଲେ।

୧୯୨୮ରୁ ୧୯୩୬ ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ଦଳକୁ ସ୍ୱର୍ଣ୍ଣ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଧ୍ୟାନଚାନ୍ଦଙ୍କ ଖେଳରେ ସେତେବେଳେ ଜର୍ମାନୀର ଆଡୋଲ୍ଫ ହିଟ୍‌ଲର ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଜର୍ମାନୀ ନାଗରିକତ୍ୱ ଓ ଆର୍ମିରେ କର୍ଣ୍ଣେଲ ପଦରେ ନିଯୁକ୍ତ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ । ମାତ୍ର ହିଟ୍‌ଲରଙ୍କ ଏହି ପ୍ରସ୍ତାବକୁ ଧ୍ୟାନଚାନ୍ଦ ଗ୍ରହଣ କରି ନଥିଲେ ।

ସ୍ୱାଧୀନତା ପରେ ସେ ଆଉ ଅଧିକ ଦିନ ଖେଳି ନଥିଲେ କିମ୍ବା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ପାରି ନଥିଲେ, ମାତ୍ର ତାଙ୍କ ଖେଳ ତାଙ୍କୁ ଭାରତର ହକି ଯାଦୁକରର ଆଖ୍ୟା ଦେଇଥିଲା । ଏହି ଦିନରେ ପ୍ରତିବର୍ଷ କ୍ରୀଡ଼ା ଜଗତରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଖେଳରତ୍ନ ବ୍ୟତୀତ ଅର୍ଜୁନ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ବି ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ।

ଭାରତୀୟ ହକିଟିମ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଭଲ ପ୍ରଦର୍ଶନ କରିବା ପରେ କେନ୍ଦ୍ର ସରକାର ଏହି ମହାନ ଖେଳାଳିଙ୍କ ନାମରେ ପୁରସ୍କାର ନାମିତ କରିଛନ୍ତି । ଧ୍ୟାନଚାନ୍ଦ କ୍ରୀଡା ଜଗତ ପାଇଁ ଯାହା କରିଛନ୍ତି ତାହା ଦେଶ ପାଇଁ ଅତୁଳନୀୟ । ତାଙ୍କ ଅଭିଜ୍ଞତାର ଯାତ୍ରା ଭାରତୀୟ କ୍ରୀଡ଼ା ଇତିହାସକୁ ଗର୍ବ ଓ ଗୌରବ କରିଥାଏ । ଲଗାତାର ତିନି ଥର ଅଲିମ୍ପିକ୍ସ (୧୯୨୮ ଆମଷ୍ଟାରଡାମ୍, ୧୯୩୨ ଲସଏଞ୍ଜେଲେସ ଓ ୧୯୩୬ ବର୍ଲିନ) ରେ ଭାରତକୁ ହକିର ସ୍ୱର୍ଣ୍ଣପଦକ ଦେବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଧାନ ଚାନ୍ଦଙ୍କ ପିତା ସମେଶ୍ୱର ସିଂ ଜଣେ ଭଲ ହକି ଖେଳାଳି ଥିଲେ। ସେ ବ୍ରିଟିଶ ଭାରତୀୟ ସେନାରେ ଥିଲେ।