ନାବାଳିକା ଅପହରଣ ଅଭିଯୋଗର ୭ ଦିନ ପରେବି ପୋଲିସ ହାତ ଖାଲି

କେନ୍ଦ୍ରାପଡ଼ା,୧/୯: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନସ୍ଥ କଂସାର ବଡ଼ଦାଣ୍ଡୁଆଁ ଗାଁରୁ ନାବାଳିକା ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ କାରି ସୁବାସ ଦାସଙ୍କ ନାବାଳିକା ନାତୁଣୀଙ୍କୁ ସ୍ଥାନୀୟ ଅଂଚଳର ଦୀପକ ଦିଣ୍ଡାଙ୍କ ନାବାଳକ ପୁଅ ଅପହରଣ କରିଥିବା ନେଇ ଅଭିଯୋଗ ରେ ଦର୍ଶାଇଛନ୍ତି l ଏହି ଘଟଣା ନେଇ ସୁବାସ ୭ ଦିନ ତଳେ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ l ମାତ୍ର ଏଯାବତ ପୋଲିସ ପ୍ରଶାସନ ଅପହରଣ ହୋଇଥିବା ନାବାଳିକା କି ଅପହରଣ କାରି କାହାରି ପତ୍ତା ପାଇନଥିବାର ଜଣାପଡିଛି l ସେପଟେ ଅପହୃତନାବାଳିକାଙ୍କ ପରିବାର ଲୋକେ ଝିଅର ଅନୁପସ୍ଥିତି ନେଇ ବ୍ୟସ୍ତ ବିବ୍ରତ ହେଉଥିବା ବେଳେ ପ୍ରଶାସନ ନିଦା ବିଷ୍ଣୁ ପାଲଟିଛି l କେବଳ ଚିରାଚରିତ ଢଙ୍ଗରେ ପୋଲିସ ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୭୨ /୨୧ ଯୋଗେ କେବଳ ମାମଲା ରୁଜୁ କରି ଚୁପ ବସିଛି l ରାଜ୍ୟ ସରକାରଙ୍କ ‘ମା କୁ ସମ୍ମାନ ଗାଁ କୁ କାମ’ ଓ କେନ୍ଦ୍ର ସରକାରଙ୍କ “ବେଟି ପଢ଼ାଓ ବେଟି ବଞ୍ଚାଓ ” ସ୍ଲୋଗାନ ଫେଲ ମାରୁଛି l ସ୍ଥାନୀୟ ବ୍ଲକର ଦୁଇ ଗୋଟି ସାମୁଦ୍ରିକ ଥାନା ଅଂଚଳରେ ଦିନକୁ ବାଲ୍ୟ ବିବାହ ଓ ଅପହରଣ ଭଳି ସଂଗୀନ ଅଭିଯୋଗ ବୃଦ୍ଧି ପାଉଛି l ଦୁଃଖ ଓ ପରିତାପର ବିଷୟ ପ୍ରଶାସନିକ ଅବହେଳାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି l ଏଥି ପ୍ରତି ଉଭୟ ପ୍ରଶାସନ ଓ ଜନସାଧାରଣ ସଚେତନ ନହେଲେ କଳଙ୍କିତ ପ୍ରଥାର ମୁଳୋତ୍ପାଟନ କରିବା ସମ୍ଭବ ହେଉନି l