ମହିଳାଙ୍କ ଠାରୁ ଧଳା ଜହର ଜବତ କଲା କେନ୍ଦ୍ରାପଡା ଅବକାରୀ ବିଭାଗ

କେନ୍ଦ୍ରାପଡା,୧/୯: କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗର ଅବହେଳାରୁ ବିଭିନ୍ନ ପ୍ରକାରର ଚୋରା ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଛି l ଦାମୀ ନିଶା ତଥା ଧଳା ଜହର ଭାବେ ଜଣାଶୁଣା ବ୍ରାଉନ ସୁଗାର ବି ଜିଲ୍ଳାର ଅନେକ ସ୍ଥାନରେ କାରବାର ହେଉଛି l ଯାହା ନେଇ ଜିଲ୍ଲାର ଅଧିକାଂଶ ଯୁବକ ଏବେ ବ୍ରାଉନ ସୁଗାର ବ୍ୟବହାରରେ ଆଗ୍ରହ ପ୍ରକାଶ କରୁଛନ୍ତି l ଯାହା ନେଇ ଅବକାରୀ ବିଭାଗ ମଙ୍ଗଳବାର ଦିନ ସଦର କେନ୍ଦ୍ରାପଡ଼ାର ଜଣେ ପୁରୁଷଠାରୁ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଆଜି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଜଣେ ମହିଳାଙ୍କ ଠାରୁ ବ୍ରାଉନ ସୁଗାର ବି ଜବତ କରିଛି l ମଙ୍ଗଳବାର ଦିନ ୧୫ ଗ୍ରାମ ଜବତ କରିବା ପରେ ବୁଧବାର ଦିନ ଵାରୁଅ ଛକ ନିକଟରୁ ପଟ୍ଟାମୁଣ୍ଡାଇ ମିନତୀ ନାୟକଙ୍କ ଠାରୁ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି l ପୁରୁଷ ଜଣକ ନିଜେ ବ୍ୟବହାର ପାଇଁ ଆଣିଥିବା କଥା କହିଥିବା ବେଳେ ମହିଳା ଜଣକ ତାଙ୍କର ମୃତ ସ୍ୱାମୀ ବ୍ୟବହାର କରୁଥିବା କଥା କହିଛନ୍ତି l

ସ୍ୱାମୀ ମରିଯିବା ପରେ ମାଟିଘର ଚାଳରେ ଗୁଂଜା ହୋଇଥିଲା l ଲିପିବା ସମୟରେ ତଳେ ଖସି ପଡିବାରୁ ଅନ୍ୟ ଜଣକୁ ଦେଉଥିଲେ ବୋଲି କହନ୍ତି l ଆଉ ସମ୍ପୃକ୍ତ ମହିଳାଙ୍କ ଠାରୁ ନଗଦ କିଛି ଟଙ୍କା ଜବତ କରିଥିବାର ଜଣାପଡିଛି l ଏହି ଟଙ୍କା ମହିଳା ଜଣକ ଲୋନ ଆଣିଥିବାର କହୁଥିବା ବେଳେ ଧଳା ଜହର ବେପାର ପଇସା ବୋଲି ସନ୍ଦେହ ହେଉଛି l ଆଜିକାଲି ଗାଁ ଠୁ ସହର ସଭିଏଁ ସ୍ଥାନରେ ଧଳା ଜହର କାରବାର ବୃଦ୍ଧି ପାଉଥିବାର ସୁଯୋଗ ନେଇ ଖାଲି ପୁରୁଷ ନୁହେଁ ମହିଳା ମାନେ ବି ଏହି ଲାଭ ଜନକ ବେପାରରେ ଲାଗି ପଡିଥିବାର ଆଶଙ୍କା ହେଉଛି l ବ୍ରାଉନ ସୁଗାର ବ୍ୟବହାର ବୃଦ୍ଧି ନେଇ ବୁଦ୍ଧିଜୀବି ମହଲରେ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇଛି l କେନ୍ଦ୍ରାପଡ଼ା ଅବକାରୀ ବିଭାଗ ଏଥି ପ୍ରତି କଡା ନଜର ରଖିବାକୁ ସାଧାରଣରେ ଦାବିହେଉଛି l