ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର,୨/୯: ମାହାଙ୍ଗା ଡବଲ ମଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ନାଁରେ ମାଳ ମାଳ ଅଭିଯୋଗ ଆସିଛି ହେଲେ ମୁଖ୍ୟମନ୍ତ୍ରୀ କୌଣସି କାଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି । ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ମଣ୍ଡଳୀରେ ୨୦୧୪ ମସିହାରୁ ଆଜି ଭିତରେ ୫ଟି ହତ୍ୟା ଘଟିଛି । ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଥିଲେ ମଧ୍ୟ କାଯ୍ୟନୁଷ୍ଠାନ ନିଆଯାଇନି ।

୨୦୨୧ କୁଳମଣି ବରାଳ, ଦିବ୍ୟାସିଂହ ବରାଳ ହତ୍ୟାକାଣ୍ଡରେ ପୋଲିସ ୧୩ ଜଣଙ୍କ ନାଁ ଆଟାଜ କରି ମନ୍ତ୍ରୀଙ୍କ ନାଁକୁ ହଟାଇ ଦେଇଛି । କୋର୍ଟ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଉଥରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଅଧିକାରୀ ଜାଣିଶୁଣି ନାଁ କଟିଛନ୍ତି । ତେଣୁ ମନ୍ତ୍ରୀଙ୍କ ଉପରେ ତୁରନ୍ତ ଆଇନଗତ କାଯ୍ୟନୁଷ୍ଠାନ ନିଆଯାଉ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତା ଓ ନୈତିକତା ଦୁଷ୍ଟିରୁ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ । ନଚେତ ମନ୍ତ୍ରୀ ନିଜେ ନୈତିକତା ଦୁଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।