ଆସନ୍ତାକାଲି କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ ଷ୍ଟେଟବ୍ୟାଙ୍କର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ‘ୟୋନୋ’ ସେବା

ନୂଆଦିଲ୍ଲୀ,୩/୯: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଜି ସନ୍ଧ୍ୟାରେ ତା’ର ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ଏକ ସୂଚନା ଜାରି କହିଛି ଯେ ଆସନ୍ତାକାଲି ବ୍ୟାଙ୍କ୍‌ର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍‌ ସେବା ବନ୍ଦ ରହିବ। ସେପ୍ଟେଟର ୪-୫ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଏହାର ଡିଜିଟାଲ ସେବା ମଧ୍ୟ କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ।

ବ୍ୟାଙ୍କ୍‌ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ସହ ଡିଜିଟାଲ ତଥା ମୋବାଇଲ ଆପ୍‌ ୟୋନୋ, ୟୋନୋ ଲାଇଟ୍‌, ୟୋନୋ ବିଜିନେସ୍‌ ଆପ୍‌ରେ ସାମୟିକ ସମୟ ପାଇଁ ଗ୍ରାହକମାନଙ୍କୁ ସେବା ମିଳିପାରିବ ନାହିଁ। ୪ ସେପ୍ଟେମ୍ବରରୁ ୨୨:୩୫ ଘଣ୍ଟା ଠାରୁ ୫ ସେପ୍ଟେମ୍ବର ୦୧:୩୫ ଘଣ୍ଟା ମଧ୍ୟରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ନାହିଁ। ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ଡାଉନଟାଇମ୍‌ ୧୮୦ ମିନିଟ୍‌ ଚାଲିବ ବୋଲି ଆଶା କରାଯାଉଥିବା ବ୍ୟାଙ୍କ ଘୋଷଣା କରିଛି।