ବିଧାନସଭା ସମ୍ମୁଖରେ ଆଳି ଓ କନିକା ଅଂଚଳର ମହିଳାଙ୍କ ପାନୀୟ ଜଳ ପ୍ରକଳ୍ପ ପ୍ରତିବାଦ

କେନ୍ଦ୍ରାପଡା,୫/୯: କେନ୍ଦ୍ରାପଡ଼ା ଜିଲ୍ଲl ବିବାଦୀୟ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ସଂଗ୍ରାମ ସମିତି କାର୍ଯ୍ୟ ଆରମ୍ଭ ଦିନଠୁ ଆନ୍ଦୋଳନ ଜାରି ରଖିଛି l ମାତ୍ର ନିଦା ବିଷ୍ଣୁ ପାଲଟିଥିବା ଜିଲ୍ଲା ତଥା ରାଜ୍ୟ ସରକାର ଆଦାନୀ କମ୍ପାନୀ ମୋହରା ଛାଡି ପାରୁନି l ଯାହାନେଇ ଭଦ୍ରକ କୁ ପାନୀୟ ଜଳ ନାଁରେ ଆଳି ଓ କନିକା ବାସୀଙ୍କ ଉପେକ୍ଷା କରି ପ୍ରଶାସନିକ କଳ ଓ ବଳ ଲଗାଇଦେଇଛି l ଆନ୍ଦୋଳନ କାରୀଙ୍କୁ ଘଉଡ଼ାଇବା ଲକ୍ଷ୍ୟରେ ମାମଲାରୁଜୁ କରୁଛୁ ବୋଲି ଆନ୍ଦୋଳନ କାରୀମାନେ କହନ୍ତି l ଆଉ ଏହି ମାମଲାରେ ଛନ୍ଦି ହୋଇଥିବା ୨୪ ଆନ୍ଦୋଳନ କାରୀଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ବିଚାରlଳlୟରେ ହୋଇଥିବା ଆବେଦନ କେନ୍ଦ୍ରାପଡା କୋର୍ଟରେ ନାମଞ୍ଜୁର ହୋଇଛି l ପରିବେଶ ବିତ ଶ୍ରୀକାନ୍ତ ନାୟକ ଙ୍କୁ ଅନଶନ କାଳୀନ ହଟହଟା ପରେବି ଆନ୍ଦୋଳନ ଥମିବାର ନା ଧରୁନି l ଏନେଇ ଆଳି ଓ କନିକା ଅଂଚଳର ଚାଷୀ ଓ ମହିଳାମାନେ ମୌସୁମୀ ଅଧିବେଶନ କାଳରେ ବିଧାନ ସଭା ସମ୍ମୁଖରେ ଅଂଚଳ ବାସୀଙ୍କ ଦାବି ନେଇ ପାନୀୟ ଜଳ ପ୍ରକଳ୍ପ ବିରୁଦ୍ଧରେ ପ୍ରତିବାଦ ଜଣାଇଛନ୍ତି l ଚାଷ ଜମିକୁ ଖରସ୍ରୋତା ନଦୀ ଜଳ, ଭିତର କନିକାର ଜୈବ ବିବିଧତା ସୁରକ୍ଷା, ଆଳି କନିକାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଓ ଖରସ୍ରୋତାରେ ବ୍ୟାରେଜ ଦାବି କରି ବିଧାନ ସଭା ସୌଧ ଆଗରେ ପ୍ରତିବାଦ ଚଳାଇଥିଲେ l ଏନେଇ ଆଳି ନିର୍ଵାଚନ ମଣ୍ଡଳୀର ନାରୀ ନେତ୍ରୀ ସୁଜାତା ବାରିକ ସୌଧ ସମ୍ମୁଖରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଅମାନବୀୟ, ଦୁରଦୃଷ୍ଟି ବିହିନ ରାଜ୍ୟ ସରକାର ଜନତାଙ୍କ ଦାବି ପ୍ରତି ଦୃଷ୍ଟି ନଦେଲେ ମଧୁର ଜଳ ସଙ୍କଟ ସୃଷ୍ଟି ହେବ l ବ୍ୟାରେଜ ନହେଲେ ପ୍ରସ୍ତାବିତ ୮୮ ପଂଚାୟତ ବି ମଧୁର ପାନୀୟ ଜଳରୁ ବଂଚିତ ରହିବ l ଏଣୁ ପାନୀୟ ଜଳ ପାଇଁ ଅଂଚଳର ମହିଳାମାନେ ବିଧାନ ସମ୍ମୁଖରେ ମାଠିଆ ଧରି ସରକାରଙ୍କୁ ପ୍ରତିବାଦ ଜଣାଇଲା ଭଳି ଅନ୍ୟ ଜିଲ୍ଲାକୁ ବି ମାଠିଆ ନେଇ ପାନୀୟ ଜଳ ପାଇଁ ଯିବାକୁ ପଡିବ ବୋଲି ମତ ରଖିଥିଲେ l