ଆଜିର ରାଶିଫଳ (ଶନିବାର)

ତା : ୧୧ / ୯ /୨୦୨୧

ମେଷ: ନିରୋଳାରେ କିଛି ସମୟ ବିତାଇ ପାରନ୍ତି। ମଧୁର କଥା କହି ପରକୁ ଆପଣାର କରି ପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।ରାଜଯୋଗର ସୂଚନା ମିଳୁଛି।

ବୃଷ: ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରି ପାରନ୍ତି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ଓ ଜ୍ୟୋତିଷ ଶାସ୍ତ୍ରାନୁଗତ ହେବେ।

ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ମନ ପ୍ରସନ୍ନ ରହିବ। ଯଶ୍ବସୀ ହେବେ। ପାରିବାରିକ ସ୍ନେହ ରହିବ।

କର୍କଟ: ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ।ସେବା-ପୂଜାରେ ମନୋନିବେଶ କରି ପାରନ୍ତି। ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: ସ୍ବାଭିମାନୀ ହେବେ। ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହୋଇପାରନ୍ତି। ଅଜାତଶତ୍ରୁ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କନ୍ୟା: ବ୍ୟବସାୟ ଲାଭଜନକ ଖୁସି ହୋଇପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବନ୍ଧୁଙ୍କଠାରୁ ସହାୟତା ପାଇ ଖୁସି ହୋଇପାରନ୍ତି। ସୁକର୍ମ ପାଇଁ ଗର୍ବ ଅନୁଭବ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ତୁଳା: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

ବିଛା: ଆକସ୍ମିକ ଧନଲାଭ ହୋଇପାରେ। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଆତ୍ମବଡ଼ିମା ସମ୍ପନ୍ନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ଧନୁ: ଶୋଭନ୍ନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁଖ ଓ ନିରାଶ୍ରୟ ରହିବେ। କୃଷିକ୍ଷେତ ଉପରେ ଧ୍ୟାନ ଦେବେ। ଉଦାର ପ୍ରକୃତିର ଦାନଶୀଳ ହେବେ। ସୁଖମିଳିବ। ପ୍ରେମୀ ଓ ବୁଦ୍ଧିମାନ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ମକର: ମନପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇ ପାରନ୍ତି। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।ପ୍ରେମୀ ଓ ସାହସୀ ହେବେ। ଭାତୃଭାବ ଅତୁଟ ରହିବ।

କୁମ୍ଭ: ମଧୁରଭାଷୀ ହେବେ। ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟଜୀବନ ସ୍ୁଖପ୍ରଦ ହେବ। ଭାଗ୍ୟଶାଳୀ ହେବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ମିତ୍ରମାନଙ୍କଠାରୁ ସ୍ନେହ, ସହାନୁଭୁତି ଓ ସାହାଯ୍ୟ ମିଳିବ।

ମୀନ: ରୁଚିକର ଭୋଜନରେ ଆପାୟିତ ହେବେ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ରୋଜଗାର ଆଶାନୁରୂପ ହେବ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନପ୍ରାପ୍ତ ହେବେ। ଧନସମ୍ପଦ ଭରପୂର ରହିବ।