ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍‍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୨/୯ : ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା। ଆସନ୍ତା କାଲି ସକାଳ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲାକୁ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା,ଢେଙ୍କାନାଳ ଓ ନୟାଗଡକୁ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ବର୍ଷାକୁ ନେଇ ୬ ଜିଲା ଗଞ୍ଜାମ,କନ୍ଧମାଳ,ବୌଦ୍ଧ,ଅନୁଗୁଳ,ଯାଜପୁର,ଭଦ୍ରକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷାକୁ ନେଇ ଆଉ ୮ ଜିଲା କଳାହାଣ୍ଡି, ବଲାଙ୍ଗୀର,  ସୁବର୍ଣ୍ଣପୁର,ସମ୍ବଲପୁର,ଦେବଗଡ,କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ୱର, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବିପଦ ସଙ୍କେତ ଟପିଲା ଜଳକା । ମଥାନୀ ନିକଟରେ ବିପଦ ସଙ୍କେତ ୫.୫ ମିଟର , ଏବେ ମଥାନୀ ଠାରେ ୫.୭ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି।