ନୂଆଦିଲ୍ଲୀ,୧୨/୯: କେନ୍ଦ୍ର ସରକାର କୋଭିଡ ମୃତ୍ୟୁ ପ୍ରମାଣପତ୍ର ନେଇ ଜାରି କଲେ ନୂଆ ନିୟମାବଳୀ। ସରକାରଙ୍କ ପକ୍ଷରୁ ନୂଆ ନିୟମାବଳୀକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମାବଳୀରେ ଉଲ୍ଲେଖ କରାଯାଇଛି ଯେ କୋଭିଡ ପଜିଟିଭ ହେବାର ୨୦ଦିନ ମଧ୍ୟରେ ମୃତ୍ୟୁ ହେଲେ ମିଳିବ ପ୍ରମାଣପତ୍ର।
ମୃତକଙ୍କ ନିକଟ ସମ୍ପର୍କିୟଙ୍କୁ ମିଳିବ କୋଭିଡ ମୃତ୍ୟୁ ପ୍ରମାଣପତ୍ର। ମୃତ୍ୟୁ ହସପିଟାଲରେ କିମ୍ବା ଘରେ ହେଲେ ମଧ୍ୟ ମିଳିବ କୋଭିଡ ମୃତ୍ୟୁ ପ୍ରମାଣପତ୍ର। କୋଭିଡ ଆକ୍ରାନ୍ତ ହୋଇ ବିଷ ପିଇ ମଲେ ମିଳିବନି କୋଭିଡ ମୃତ୍ୟୁ ପ୍ରମାଣପତ୍ର। ଆତ୍ମହତ୍ୟା କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବନି କୋଭିଡ ମୃତ୍ୟୁ ପ୍ରମାଣପତ୍ର। ନୂଆ ନିୟମାବଳୀରେ ଜିଲାସ୍ତରରେ କମିଟି ଗଠନ ପାଇଁ ରାଜ୍ୟମାନଙ୍କୁ ନିର୍ଦେଶ। ଯଦି ମିଳିଥିବା ସାର୍ଟିଫିକେଟରେ ନିଟକ ସମ୍ପର୍କୀୟ ଅସନ୍ତୁଷ୍ଟ ତାହେଲେ ଅଭିଯୋଗ କରିପାରିବେ। ଅଭିଯୋଗ ପାଇଁ ଗଠିତ କମିଟିକୁ କ୍ଷତିଗ୍ରସ୍ତ ପରିବାର ଆବେଦନ କରିପାରିବେ।